ପଞ୍ଚମ ବାର୍ଷିକ ପଥ ମହୋତ୍ସବ ୨୦୨୩ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ଆଜି ରାଇରଙ୍ଗପୁର ସହରସ୍ତ ମାଉସୀମା ମନ୍ଦିର ନିକଟରେ ` ପଞ୍ଚମ ବାର୍ଷିକ ପଥ ମହୋତ୍ସବ ୨୦୨୩ ´ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ରାଇରଙ୍ଗପୁର ଆନୁକୂଲ୍ୟରେ ସଭାପତି ତମିର ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ରାଇରଙ୍ଗପୁର ମ୍ୟୁନିସିପାଲିଟି ମମିତା ଚୌଧୂରୀ ଯୋଗ ଦାନ କରିଥିବା, ବେଳେ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଉପଧ୍ୟକ୍ଷା ରାଇରଙ୍ଗପୁର ମ୍ୟୁନିସିପାଲିଟି ମମିତା ଚୌଧୂରୀ ଯୋଗ ଦେଇଥିଲେ |

ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ ମଧ୍ୟ ଯୋଗ ଦେଇଥିଲେ | ଉକ୍ତ ସଭାରେ କମିଟୀର ଉପଦେଷ୍ଟା ରାଧେଶ୍ୟାମ ପାତ୍ର, ଉପସଭାପତି କାଳୀପ୍ରସନ୍ନ ମହାନ୍ତି, ଉପସଭାପତି ବିଜୟ କୁମାର ରାମ, ସାଧାରଣ ସଂପାଦକ ରଂଜନ କୁମାର ନନ୍ଦ, ଅନ୍ୟତମ ଅତିଥି ଅଧ୍ୟାପକ ଲଳିତ କୁମାର ମହାନ୍ତ ତଥା ସଦସ୍ୟଗଣ କିଶୋର ରଜକ, ସିଦ୍ଧାର୍ଥ ପାଲ, ସଂଜୟ ମହାନ୍ତି, ସୂର୍ଯ୍ୟକାନ୍ତ ଘଣା, ପୁଷ୍ପଲତା ମହାନ୍ତି, ରାମେଶ୍ବରୀ ପଟ୍ଟନାୟକ, ଡଃ ତନ୍ମୟୀ ରଥ, ପ୍ରମିଳା ସ୍ବାଇଁ, ପୁଷ୍ପମିତ୍ରା ଦତ୍ତ ଓ କୌଶିକ କାଶ୍ୟପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ମହୋତ୍ସବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମୁରୁଜ ପ୍ରତିଯୋଗିତା ହୋଇଥିଲା | ଯାହାଦ୍ବାରା ରାଇରଙ୍ଗପୁର ବଡଦାଣ୍ଡ ମୁରୁଜ ଦାଣ୍ଡରେ ପରିଦୃଶ୍ୟମାନ ହୋଇଥିଲା | ଏଥିରେ ସର୍ବମୋଟ ୫୦ଟି ଦଳ ଅଂଶଗ୍ରହଣ କରିଥିଲେ | ଉକ୍ତ ପ୍ରତିଯୋଗିତାରେ ଚିତ୍ର ବିଚାରକ ଭାବେ ଲଳିତ କୁମାର ଦାସ,ପ୍ରଣବ କୁମାର ମହାନ୍ତ ଓ ଡଃ ସାର୍ଥକ ପଣ୍ଡା ପ୍ରମୁଖ ଭାବେ ଯୋଗ ଦେଇଥିଲେ |

ପୁରସ୍କାର ବିତରଣୀ ପର୍ବରେ ପ୍ରଥମ ଭାବେ ରେଡି ଭଲେଟିୟାର ଦୋଳ ପୂର୍ଣ୍ଣିମା ଗ୍ରୁପ୍ କୁ ୫ହଜାର ଟଙ୍କା , ଦ୍ବିତୀୟ ଭାବେ ସାମୀବୃକ୍ଷ ଗ୍ରୁପ୍ ନୀଳମାଧବ ରାଇରଙ୍ଗପୁର କଲେଜ ୩ ହଜାର ଟଙ୍କା, ତୃତୀୟ ଭାବେ ବାଳି ବାମନ ଗ୍ରୁପ୍ ଗ୍ରୀନ ସଏଲ ହାତିଆ ୨ ହଜାର ଟଙ୍କା, ଚତୁର୍ଥ ଭାବେ ପତିତପାବନ ଗ୍ରୁପ୍ ୧ ହଜାର ଟଙ୍କା ଓ ପଞ୍ଚମ ଭାବେ ସିଂହଦ୍ବାର ଗ୍ରୁପ୍ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରାଇରଙ୍ଗପୁର ୧ ହଜାର ଟଙ୍କା ଦେଇ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଗଣ ପୁରସ୍କୃତ କରିଥିଲେ | ଉକ୍ତ ଭବ୍ୟ ସଭାକୁ ରଂଜନ କୁମାର ନନ୍ଦ ପରିଚାଳନା କରିଥିବା ବେଳେ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପତ୍ରିକା `ମାଳିନୀ´ ମୁଖ୍ୟଅତିଥି ଓ ଅନ୍ୟ ଅତିଥିଗଣ ଦ୍ବାରା ଉନ୍ମୋଚିତ ହୋଇଥିଲା | ଉକ୍ତ ପ୍ରତିଯୋଗିତାକୁ ଦେଖିବା ପାଇଁ ଶ୍ରୀ ଜଗନ୍ନାଥ ପ୍ରେମୀ, ଅବାଳବୃଦ୍ଧବନିତା ତଥା ସାଧାରଣ ଜନସାଧାରଣ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ |

Leave A Reply

Your email address will not be published.