ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫିରିଙ୍ଗିଆ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଠାରେ ଆମ ବ୍ଯାଙ୍କ୍ ସେବା ର ଶୁଭାରମ୍ଭ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କାଶିନିପଦର ଗ୍ରାମ ପଞ୍ଚାୟତ ର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହିଥିଲେ । କାଶିନିପଦର ସରପଞ୍ଚ ଶ୍ରୀମତୀ ପ୍ରତିମା କହଁର,ନାଏବ ସରପଞ୍ଚ ଶ୍ରୀ ଋଷି ଦିଗାଲ, କାଶିନିପଦର ପଞ୍ଚାୟତ ନିର୍ବାହି ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଯୋଗାଣ ସହାୟକ ଶ୍ରୀ ଭୋଲାନାଥ ପ୍ରଧାନ ,ଯୁବ ନେତା ସୁଶିଳ କହଁର, ସମାଜ ସେବୀ ଧନଞ୍ଜୟ ସାହୁ ଓ ମିଶନ ଶକ୍ତି ଏସ.ଏଚ୍. ଏ .ଗୃପ୍ ମା ମାନେ ଉପସ୍ଥିତଥିଲେ ।
ପଞ୍ଚାୟତ ର ସରପଞ୍ଚ ଏ ସମସ୍ତଙ୍କ ଉପସ୍ଥିତିରେ ଆମ ବ୍ୟାଙ୍କ ସେବା ର ଶୁଭାରମ୍ଭ କରିଥିଲେ । ଆମ ବ୍ଯାଙ୍କ୍ ସେବା, ଏଣିକି ହାତ ପାହାନ୍ତା ରେ ମିଳିବ ଆମ ବ୍ୟାଙ୍କ ସେବା ପ୍ରତି ପଞ୍ଚାୟତ ରେ ବ୍ଯାଙ୍କ୍ ସେବା ଯୋଗାଇଦେବା ପାଇଁ ମୁଖ୍ଯମନ୍ତ୍ରୀଙ୍କ ନୂଆ ପ୍ରୟାସ । ଗ୍ରାମାଞ୍ଚଳରେ ଲୋକଙ୍କୁ ଅନ୍ ଲାଇନ୍ ସେବା ସହିତ ଇଣ୍ଟରନେଟ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ନୂଆ ପଦକ୍ଷେପ ଓଡ଼ିଶାରେ ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଛି ସରକାର ସ୍ଵିକୃତୀ ପ୍ରାପ୍ତ ଆମ ବ୍ୟାଙ୍କ୍ ଜନସେବା କେନ୍ଦ୍ର ।
ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ବ୍ଲକରେ ୩ ଟି ପଞ୍ଚାୟତରେ ଆମ ବ୍ୟାଙ୍କ୍ ଲୋକାର୍ପିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଶିନିପଦର, ନୁଆପଦର ଓ ପଲାବୃଡି ପଞ୍ଚାୟତରେ ଏହି ଆମ ବ୍ୟାଙ୍କ୍ ଖୋଲାଯାଇଛି। ଏହି ସବୁ ବ୍ୟାଙ୍କ୍ ରେ ବିଭିନ୍ନ ପ୍ରକାର ବ୍ୟାଙ୍କ୍ ସେବା ଉପଲବ୍ଧ ହୋଇପାରିବ ବୋଲି କାଶିନିପଦର ଆମ ବ୍ୟାଙ୍କ୍ ପରିଚାଳକ ଶ୍ରୀ ଧୀରେନ କର୍ଣ୍ଣ କହିଛନ୍ତିି।