ରାଇରଙ୍ଗପୁରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିରାଟ ଗଣ ବିକ୍ଷୋଭ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିରାଟ ଗଣ ବିକ୍ଷୋଭ ଅନୁଷ୍ଠିତ | ରାଇରଙ୍ଗପୁର ସହରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡିଶା ପ୍ରଦେଶ ଓ ପଶ୍ଚିମ ମୟୂରଭଞ୍ଜ କମିଟୀ ଆନୁକୂଲ୍ୟରେ ରାଜ୍ୟ ସଭାପତି ଅଞ୍ଜନୀ ସୋରେନଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ଲୋକେ ସ୍ଥାନୀୟ ଜଗନ୍ନାଥ ମ୍ୟାକେର୍ଟ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ |

ଉକ୍ତ ବିକ୍ଷୋଭରେ ଆଦିବାସୀମାନଙ୍କ ଜମି ଉପରେ ଶସ୍ତା ରାଜନୀତି ବନ୍ଦ କର, ଏପରି ଦୁର୍ଭାଗ୍ୟପୂର୍ଣ୍ଣ ନିୟମକୁ ରଦ୍ଧ କରାଯାଉ | ତଥା ରେଗୁଲେସନ ୨ ୧୯୫୬ ନିୟମକୁ ଅଣଦେଖା କରା ନ ଯାଉ ଉପରେ ଜୋର ଦେଇଥିଲେ | ତାପରେ ସେମାନଙ୍କ ଦାବୀ ପତ୍ର ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ | ଏହି ବିରାଟ ସମାବେଶରେ ମୁଖ୍ୟତଃ ଭାବେ ରାଜ୍ୟ ସଂପାଦକ ଦୁବରାଜ ନାଗ, ରାଜ୍ୟ ପ୍ରବକ୍ତା ଶ୍ୟାମ କିସ୍କୁ, କେନ୍ଦ୍ରିୟ କମିଟୀ ସଦସ୍ୟ ସାଲୁ କିସ୍କୁ,

ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନୀଲ ମାଝୀ, ଜିଲ୍ଲା ସଂପାଦକ ଘନଶ୍ୟାମ ପିଙ୍ଗୁଆ, ଉପସଭାପତି ଭୂବନ ଟୁଡୁ, ମଦନ ମାର୍ଣ୍ଡି, ରାଇରଙ୍ଗପୁର ବ୍ଲକ ସଭାପତି ବାଢା ମାଝୀ, କାଳୀଚରଣ ଟୁଡୁ, ବ୍ଲକ ସଂପାଦକ ସୁଜିତ ମୁର୍ମୁ, ୩୨ ନଂ ଜିଲ୍ଲା ପରିଷଦ ସଭ୍ୟା ମୀନା ସୋରେନ, ଜିଲ୍ଲା ପରିଷଦ ଶୀତଳ କିସ୍କୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ମୁର୍ମୁ, ବାମନଘାଟୀ ଉପଖଣ୍ଡ ସଂଖ୍ୟାଲଘୁ ସଭାପତି ଏସ କେ ଜିକରାନ, ସଂଖ୍ୟାଲଘୁ ସଂପାଦକ ଏସ କେ ସାଦିମାନ, ମହିଳାମୋର୍ଚ୍ଚା ନେତ୍ରୀ ସରୋଜିନୀ ମୁର୍ମୁ, ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ଆଧାରାଣୀ ବେସ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.