ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ଜଗିବ ଡ୍ରୋନ କ୍ୟାମେରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ସମଗ୍ର ଚିଲିକା ଏବେ ଚଳଚଞ୍ଚଳ ହୋଇ ଉଠିଛି ା ଡିସେମ୍ବର ୧ ସୁଦ୍ଧା ସମଗ୍ର ଚିଲିକାରେ ୪, ୮୭୦୦୦ ରଙ୍ଗବେରଙ୍ଗ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗଁା ବନ୍ୟ ପ୍ରାଣୀ ବିଭାଗୀୟ ଆକଳନରୁ ଜଣାପଡ଼ିଛି।

ଏହି ପକ୍ଷୀଙ୍କ କଳରବ ଓ ଜଳକ୍ରୀଡ଼ା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ବିମୋହିତ କରିଛି। ପକ୍ଷୀ ଅଭୟାରଣ୍ୟ ନଳବଣରେ ୧, ୯୮୦୦୦ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର, ନଈରୀ, କାଳୁପଡ଼ ବଡ଼ଗୋଠ, ସାତପଡ଼ା ଓ କୃଷ୍ଣପ୍ରସାଦ ଅଞ୍ଚଳରେ ୨, ୮୯୦୦୦ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି।  ତେବେ ଏହାକୁ ଦୃଷ୍ଟିରେ ରଖି  ସରକାର ନେଇଛନ୍ତି ଏକ ନିଆରା ପଦକ୍ଷପ  |

ଚିଲିକାରେ ବିଦେଶୀ ପ କ୍ଷୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀଙ୍କ ପାଇଁ ନିଆରା ପଦକ୍ଷେପ ହାତକୁ ନେଇଛି । ସମଗ୍ର ଚିଲିକା ଉପରେ ପଇଁତରା ମାରୁଛି ବନ ବିଭାଗର ଡ୍ରୋନ କ୍ୟାମେରା । ବିଦେଶୀରୁ ଆସିଥିବା ଅତିଥୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଖୋଦ ଚିଲିକା ବାଲୁଗାଁ ଡିଏଫଓ ଅଣ୍ଟା ଭିଡିଛନ୍ତି । ପ୍ରତ୍ୟେକ ଦିନ ନିଜେ ଚିଲିକାକୁ ଯାଇ ଡ୍ରୋନ କ୍ୟାମେରା ଉଡାଉଛନ୍ତି । ଚିଲିକାରେ ପକ୍ଷୀ ଶିକାର ରୋକିବାକୁ ସୁରକ୍ଷା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୨୧ଟି ଟିମ ମୁତୟନ ହୋଇଛନ୍ତି । ଲ୍ୟାଣ୍ଡ ମୋବାଇଲ ଏବଂ ୱାଟର ମୋବାଇଲ ଟିମ ଗଠନ କରାଯାଇଛି । ଏହାଛଡା ପକ୍ଷୀଙ୍କ ସୁରକ୍ଷା ଯୋଗାଇଦେବାକୁ ସ୍ଥାନୀୟ ଲୋକଙ୍କ ବନବିଭାଗ ପକ୍ଷରୁ ସଚେତନ କରାଯାଉଛି ।

Leave A Reply

Your email address will not be published.