ସେମିଫାଇନାଲରେ ୩-୧ରେ ବାଜି ମାରିଛି ବିଜେପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସେମିଫାଇନାଲରେ ୩-୧ରେ ବାଜି ମାରିଛି ବିଜେପି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ମହାବିଜୟ ସହ ୩ ରାଜ୍ୟରେ ମୋଦୀ ମ୍ୟାଜିକ୍‌ କାମ କରିଛି। ମଧ୍ୟପ୍ରଦେଶର ୨୩୦ ଆସନ ମଧ୍ୟରୁ ବିଜେପି ୧୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ କଂଗ୍ରେସକୁ ୬୭ଟି ଆସନ ମିଳିଛି। ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳଛି।

ଏହି ବିଜୟକୁ ଐତିହାସିକ ବିଜୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ। ପୂର୍ବ ଅପେକ୍ଷା ତେଲେଙ୍ଗାନାରେ ମଧ୍ୟ ବିଜେପିକୁ ସମର୍ଥନ ମିଳିଛି। ୪ ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଓ ଗରିବଙ୍କ ବିକାଶ ଜରୁରୀ ବୋଲି ସମ୍ବୋଧନରେ କହିଛନ୍ତି ମୋଦି। ଯେତେବେଳେ ନାରୀ ଶକ୍ତି ସୁରକ୍ଷା ଦେବେ ସେତେବେଳେ କେହି ରୋକି ପାରିବେନାହିଁ। ଏ ବିଜୟ ସହିତ ମୋର ଦାୟିତ୍ୱ ଆହୁରି ବଢିଯାଇଛି ବୋଲି ମୋଦି କହିବା ସହ ଯୁବ ଶକ୍ତି ଜାଣିଛନ୍ତି ବିଜେପି ସରକାର ହିଁ ବିକାଶ କରିବ। ଏଥିପାଇଁ ୩ଟି ରାଜ୍ୟରେ ଥିବା ସରକାର ବଦଳିବାକୁ ଯାଉଛି। ଆଦିବାସୀ ଅଞ୍ଚଳରେ କଂଗ୍ରେସ ପୂରା ସଫା ହୋଇ ଯାଇଛି।

ଆଦିବାସୀମାନେ ବୁଝିଛନ୍ତି ବିଜେପି ହିଁ କେବଳ ବିକାଶର ସାରଥି ସାଜିବ । ଅନ୍ୟପଟେ ତିନି ରାଜ୍ୟରେ ବିଜେପିର ବିଜୟ ପରେ ଏବେ ବିଜେପି ଉତ୍ସବ ମନାଉଛି ଦଳ । ରୁ କିଛିଟା ଆଶ୍ବସ୍ତି ପାଇଛି ଦଳ । କଂଗ୍ରେସ ୬୬ଟି ଆସନରେ ଆଗୁଆ ରହିଛି । ରାଜସ୍ଥାନରେ ବିଜେପି ୧୧୫ କଂଗ୍ରେସ ୬୯ଟି ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ବିଜେପି ୫୪ଟି କଂଗ୍ରେସ ୩୫ ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ତେଲେଙ୍ଗାନାରେ କଂଗ୍ରେସ ୬୪ଟି ବିଆର୍‌ଏସ୍‌ ୩୯ଟି ଆସନରେ ବିଜୟୀ ଆଗୁଆ ରହିଛି ।

Leave A Reply

Your email address will not be published.