ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ସଂସଦର ଶୀତଅଧିବେଶନ । ଆଜିଠୁ ଶୀତଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି । ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି । ଏ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୩ଟି ବିଲ୍ ରହିଛି । ଦଳ ଗୃହରେ ଏଥର ବିରୋଧୀଙ୍କୁ ଟାର୍ଗେଟ କରିପାରେ ।
ଏହାସହିତ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ନେଇ ସୁପାରିସ ହୋଇଥିବା ରିପୋର୍ଟ ଲୋକସଭାରେ ଆଗତ ହୋଇପାରେ । ବିଶେଷ କରି ସଂସଦ କାର୍ଯ୍ୟରେ ବିରୋଧୀ ଯେପରି ବାଧା ସୃଷ୍ଟି ନ କରନ୍ତି ସେ ଦିଗରେ ଅଧିକ ଗୁରୁତ୍ବଦେବ ଶାସକ ଦଳ ।ବିଶେଷ କରି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ମାମଲାରେ ଅଧିବେଶନରେ ପ୍ରଥମ ଦିନରେ ସଂସଦୀୟ ସଦାଚାର କମିଟି ରିପୋର୍ଟ ଉପସ୍ଥାପନା କରିବ । ଏହା ସହିତ ଶାସକ ଓ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇପାରନ୍ତି । ଏହାଛଡା ମହଙ୍ଗା ମାଡ, ଚୀନ ସହ ସୀମା ସମସ୍ୟା, ମଣିପୁର ହିଂସା, ଇଡି ଓ ସିବିଆଇର ଅପବ୍ୟବହାର ପ୍ରସଙ୍ଗକୁ ମୁଦ୍ଦା କରି ଶାସକ ଦଳକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଥିବା ଆକଳନ କରାଯାଉଛି ।ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଅଧିବେଶନରେ ସରଗରମ ରହିପାରେ ।
କ୍ବାସ ଫର କ୍ବାରୀ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ମଧ୍ୟ ଉଠିପାରେ । ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଥିକ୍ସ କମିଟି ତଦନ୍ତ ଶେଷ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିସାରିଛି । ଏଥିରେ ମୋଇତ୍ରାଙ୍କ ସଂସଦ ସଦସ୍ୟତା ରବ୍ଦ କରିବାକୁ ସୁପାରିଶ୍ କରାଯାଇଥିବା କୁହାଯାଉଛି । ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବାଚସ୍ପତି ।