ଜାମଦା ବ୍ଲକରେ ଭିନ୍ନକ୍ଷମ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାମଦା ବ୍ଲକରେ ଭିନ୍ନକ୍ଷମ ଦିବସ ପାଳିତ | ଆଜି ଡିସେମ୍ବର ୩ ତାରିଖ ` ବିଶ୍ବ ଭିନ୍ନକ୍ଷମ ଦିବସ ´ | ଏହି ଉପଲକ୍ଷେ ଓଡିଶାର ପୁରପଲ୍ଲୀରେ ଏହି ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଥାଏ |

ଜାମଦା ବ୍ଲକର ହେସଲପଟା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଭିନ୍ନକ୍ଷମ ଦିବସ ସଭାପତି ପ୍ରଧାନଶିକ୍ଷକ ଦିଲ୍ଲୀପ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ସଦାନନ୍ଦ ମହାନ୍ତ, ସମ୍ମାନିତ ଅତିଥି ରୂପେ ସହ ବ୍ଲକ ଶିକ୍ଷା ଅଧିକାରୀ ପ୍ରତାପ ଚନ୍ଦ୍ର ନାୟକ, ସିଆରସିସି ନିରଞ୍ଜନ ଗିରି, ଶିବ ଶଙ୍କର ମହାନ୍ତ, ବିଆରଟି ସତ୍ୟବାନ ଗିରି, ଗୋବିନ୍ଦ ସୋରେନ, ଇନ୍ଦ୍ରଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ସଭାରେ ଅତିଥିଗଣ ଭିନ୍ନକ୍ଷମ ଦିବସର ମାହାତ୍ମ୍ୟ କହିବାକୁ ଯାଇ କହିଥିଲେ ଯେ ଆଜିକାଲି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆମେ ନୂତନତ୍ବ ଆଭାସ ଦେଖୁଛେ , ଯେପରି ନାଚିବା, ଚିତ୍ର ଆଙ୍କିବା, ଗୀତ ଗାନ କରିବା ତଥା ବିବିଧ କଳାରେ ଭରପୁର ଥାନ୍ତି |

ସେମାନେ ଭିନ୍ନକ୍ଷମ ହୋଇ ମଧ୍ୟ ଦେଶ ଓ ଜାତିର ନାଁ ଅର୍ଜନ କଲେଣି | ଏହି ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା ଯାହାକି ଜାମଦା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ତାପରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା | ତାପରେ ଅତିଥି ଗଣ ସେମାନଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରିଥିଲେ | ଏଥିରେ ଶିକ୍ଷକ ଜିତେନ୍ଦ୍ରନାଥ ମୁର୍ମୁ, ପ୍ରମନ କୁମାର ଶତପଥୀ ତଥା ଅନ୍ୟମାନେ ସହଯୋଗ କରିଥିଲେ |

Leave A Reply

Your email address will not be published.