ବୃଦ୍ଧି ପାଉଛି ପେଟ୍ରୋଲର ଦାମ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିନକୁ ଦିନ ବୃଦ୍ଧି ପାଉଛି ପେଟ୍ରୋଲର ଦାମ୍ । ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଉପରକୁ ବୃଦ୍ଧି ପାଇଲାଣି । ଡିଜେଲ ଦାମ୍ ମଧ୍ୟ କମ୍ ନାହିଁ । ଏପରି ସମୟରେ ସମସ୍ତଙ୍କ ନଜର ଏବେ ଇ-ଭେଇକିଲ ଉପରେ । ହେଲେ ମାର୍କେଟରେ ସେପରି ଇ-ଭେଇକିଲର ଚାର୍ଜିଂ ପଏଂଟର ସମସ୍ୟା ଯୋଗୁଁ ଲୋକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ସବୁ ଅସୁବିଧା କାରଣରୁ ଇ-ଭେଇକିଲ ଉପରୁ ଲୋକମାନେ ମୁହଁ ଫେରାଇ ନେଉଛନ୍ତି । ହେଲେ ଇ-ଭେଇକିଲକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି ।

ଯାହା ଜାଣିଲେ ଆପଣ ଖୁସି ହୋଇଯିବେ । ଯଦି ଆପଣ କାର କିଣିବାକୁ ଭାବୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ବଜାରକୁ ଆସିବାକୁ ଯାଉଛି ଅଟୋମେଟିକ୍ ଚାର୍ଜିଂ ଇ-ଭେଇକିଲ । ଅର୍ଥାତ ରାସ୍ତାରେ ଗାଡି ଗଡିବା ମାତ୍ରେ ଆପଣଙ୍କ ଇଲେକ୍ଟ୍ରିକ ଗାଡି ଚାର୍ଜିଂ ହୋଇଯିବ । ଇଣ୍ଡକ୍ଟିଭ ଚାର୍ଜିଂ କଏଲ ଜରିଆରେ ଏହି ବ୍ୟବସ୍ଥା ସମ୍ଭବ କରାଯାଇ ପାରିବ ବୋଲି କୁହାଯାଉଛି । ଏଥି ପାଇଁ ଇ-ଭେଇକିଲ ରେ ଇଲେକ୍ଟ୍ରନ୍ ରିସିଭର ଲଗାଇବାକୁ ପଡ଼ିବ। ଫଳରେ ଗାଡ଼ି ଚାଲିବା ଅବସ୍ଥାରେ ଏହା ବିଦ୍ୟୁତ୍ ଶକ୍ତି ସଂଗ୍ରହ କରି ବ୍ୟାଟେରୀକୁ ଚାର୍ଜ କରିପାରିବ। ଯାହାଫଳରେ ଚାର୍ଜିଂ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବନାହିଁ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମିଚିଗାନ୍ ସେଣ୍ଟ୍ରାଲ୍ ସିଇଓ ଜୋଶୁଆ ସିରେଫମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏନେଇ ବ୍ୟବସ୍ଥା କରାଯାଉଛି ।

ରାସ୍ତାରେ ଯିବା ସମୟରେ କାର୍ ହେଉ କି ଅନ୍ୟ ଯାନ ଗୁଡ଼ିକ କିପରି ଚାର୍ଜ ହୋଇପାରିବ ସେ ନେଇ ବିଚାର ଜାରି ରହିଛି । ଏହି ରିସର୍ଚ୍ଚରେ ଯଦି କୌଣସି ସମାଧାନର ବାଟ ବାହାରେ ତାହେଲେ ଦୀର୍ଘକାଳିନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।ଏହା ବ୍ୟତୀତ ବୈଦ୍ୟୁତିକ ଗାଡ଼ି ଗୁଡ଼ିକୁ ନେଇ ଆହୁରି ଅନେକ କଥା ରିସର୍ଚ୍ଚ କରାଯାଉଥିବା କହିଛନ୍ତି ମିଚିଗାନ୍ ସେଣ୍ଟ୍ରାଲ୍ ସିଇଓ ଜୋଶୁଆ ସିରେଫମାନ । ଯଦି ପ୍ରକୃତରେ ଇ-ଭେଇକିଲ କୁ ନେଇ ଏହି ସମ୍ଭାବନା ସତ୍ ହୁଏ, ତେବେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହା ଖୁବ୍ ଖୁସି ଖବର ହେବ ।

Leave A Reply

Your email address will not be published.