ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ତେଲେଙ୍ଗାନାରେ କଂଗ୍ରେସର ବୃହତ ବିଜୟ ପରେ ଏବଂ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ତାକୁ ନେଇ ଯେଉଁ ସସପେନ୍ସ ଚାଲିଥିଲା ତାର ଆପାତତଃ ଅନ୍ତ ଘଟିଛି। ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।

ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି । ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହେଲା । ଆସନ୍ତା ଡିସେମ୍ବର ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ । ସୋମବାର ହାଇ ଦ୍ରାବାଦରେ ବସିଥିଲା ତେଲେଙ୍ଗାନା କଂଗ୍ରେସ ବିଧାୟକ ଦଳ ବୈଠକ । ଏଆଇସିସି ପର୍ଯ୍ୟବେକ୍ଷକ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏବଂ ମାଣିକ ରାଓ ଠାକରେଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ବିଧାୟକ ଦଳ ନେତା ଚୟନ ସଂପର୍କରେ ଆଲୋଚନା ହୋଇଥିଲା । ବିଧାୟକମାନଙ୍କ ଉପସ୍ଥିତିରେ ବିସ୍ତରୃତ ଆଲୋଚନା ଏବଂ ସବୁ ବିଧାୟକଙ୍କ ମତାମତ ନିଆଯାଇଥିଲା । ପରେ ବୈଠକରେ ପାଳିତ ହୋଇଥିଲା ଧାଡ଼ିକିଆ ସଂକଳ୍ପ । ଏଥିରେ ଦର୍ଶା ଯାଇଥିଲା ଯେ, ତେଲେଙ୍ଗାନା କଂଗ୍ରେସ ବିଧାୟକ ଦଳ ନେତା ଚୟନ କରିବେ ହାଇକମାଣ୍ଡ ।

ଅର୍ଥାତ୍, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼େ ନିଷ୍ପତ୍ତି ନେବେ ଯେ, କିଏ ହେବେ ମୁଖ୍ୟମନ୍ତ୍ରୀ ? କିଏ ନେବେ ତେଲେଙ୍ଗାନାରେ କଂଗ୍ରେସ ସରକାରର ନେତୃତ୍ବ ? ତେଲଙ୍ଗାନାରେ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ଜନାଦେଶ ମିଳିଛି । ୧୧୯ଟି ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ୬୪ଟି ସିଟ୍ ମିଳିଥିବା ବେଳେ ବିଆରଏସକୁ ୩୯ ଏବଂ ବିଜେପିକୁ ୮, ଏଆଇଏମଆଇଏମକୁ ୭ ଏବଂ ସିପିଆଇ ଗୋଟିଏ ଆସନରେ ବିଜୟୀ ହୋଇଛି । ରେବାନ୍ତ ରେଡ୍ଡୀଙ୍କୁ ନେତୃତ୍ବରେ ତେଲଙ୍ଗାନାରେ କଂଗ୍ରେସକୁ ସଫଳତା ମିଳିଛି ।

Leave A Reply

Your email address will not be published.