ଜୟପୁରରେ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କିରନୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଦିଆଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଜି ପୂର୍ବାହ୍ନରେ ତାଙ୍କୁ ରାଜଧାନୀ ଜୟପୁରର ଶ୍ୟାମ ନଗର ଏରିଆରେ ଦୁର୍ବୃତ୍ତ ଗୁଳି ଚଳାଇଥିଲେ ।

ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଟ୍ରୋ ମାସ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ହତ୍ୟାରେ କେତେଜଣ ଦୁର୍ବୃତ୍ତ ସାମିଲ ଥିଲେ, ସେ ନେଇ ମଧ୍ୟ ପୋଲିସ କୌଣସି ସୂଚନା ସ୍ପଷ୍ଟ କରିନି । ତଦନ୍ତ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି ।

ସୁଖଦେବ ସିଂହ ଗୋଗାମେଡି ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଫିଲ୍ମ ପଦ୍ମାବତୀର ସୁଟିଂ ସମୟରେ ପ୍ରସିଦ୍ଧ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭନସାଲୀଙ୍କୁ, ଗୋଗାମେଡି ସୁଟିଂ ସେଟ୍‌ରେ ଚାପୁଡ଼ା ମାରିଥିଲେ। ସୁଖଦେବ ସିଂହ ଏହି ଫିଲ୍ମ ବିରୋଧରେ ଲଗାତାର ମୋର୍ଚ୍ଚା କରିବା ସହ ଏହାର ବିରୋଧ କରିଥିଲେ। ଫଳରେ ନିର୍ମାତା ଫିଲ୍ମର ନାଁ ପରିବର୍ତ୍ତନ କରିଥିଲେ। ଏହା ବ୍ୟତୀତ ସୁଖଦେପ ସିଂହଙ୍କ ବିଗତ କିଛି ବର୍ଷରୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ମଧ୍ୟ ତିକ୍ତତା ରହିଥିବା ବେଶ୍ ଚର୍ଚ୍ଚା ହୋଇଛି। ଏମିତିକି ଏହି ଗ୍ୟାଙ୍ଗର ସପନ୍ତ ନେହେରା ତାଙ୍କୁ ଧମକ ଦେଇଥିବା କଥା ମଧ୍ୟ କୁହାଯାଇଥିଲା।

Leave A Reply

Your email address will not be published.