ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀରେ ଅଗ୍ନିକାଣ୍ଡ । କଟକ ଷ୍ଟେସନରେ ଟ୍ରେନ୍ରେ ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା ମିଳିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଖବର ପାଇବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଗି ତଳେ ଅଗ୍ନିକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି । ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଷ୍ଟେସନ ଛାଡ଼ିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଆଜି ଭୋର ସମୟରେ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲା ଜନ ଶତାବ୍ଦୀ ଏକ୍ସପ୍ରେସ । ଏହି ସମୟରେ ଟ୍ରେନର ଏକ ବଗି ତଳେ ନିଆଁ ଲାଗିଥିବା କିଛି ଯାତ୍ରୀ ଦେଖିବାକୁ ପାଇଥିଲେ । ଏନେଇ ରେଳ କର୍ମଚାରୀଙ୍କୁ ଖବର ଦେବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।
ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ । ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ରହିଛନ୍ତି । 45 ମିନିଟ୍ ପରେ ଟ୍ରେନ୍ଟି କଟକରୁ ହାଓ୍ବାଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ବଗି ତଳେ ନିଆଁ ଲାଗିଥିଲା । ଗତ ଜୁନ୍ ମାସରେ ବ୍ରହ୍ମପୁର ରେଳ ଷ୍ଟେସନରେ ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନର B5 ବଗିରେ ନିଆଁ ଲାଗିଥିଲା । ସଟ୍ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା । ବ୍ରହ୍ମପୁର ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ବଗିରୁ ଧୂଆଁ ବାହାରିଥିଲା । ଫଳରେ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ ।