ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଠାରୁ ଆରମ୍ଭ ହୋଇଥାଏ ମାର୍ଗଶିର ମାସl ବିଶେଷ ଭାବରେ ଏହି ମାସରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚନା କରାଯାଇ କୃପା ଲାଭ କରାଯାଇଥାଏ l ଏହି ମାସର ପ୍ରତ୍ୟେକ ଗୁରୁବାରର ମହତ୍ୱ ରହିଛି l ମାନ୍ୟତା ଅନୁସାରେ ଏହି ମାସ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜାର୍ଚନା କରିବା ଦ୍ୱାରା ଦରିଦ୍ରତାର ବିନାଶ ହୋଇଥାଏ l ତେବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ ଯାହା ଫଳରେ ଆପଣ ମା’ ଲକ୍ଷ୍ମୀଙ୍କ କୃପା ହାସଲ କରିପାରିବେ l
ଏହି ମାସର ଗୁରୁବାର ଦିନ ଯେଉଁ ବ୍ୟକ୍ତି ମାତାଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବେ ଓ ଆଦର ସହକାରେ ପୂଜାର୍ଚନା କରିଥାଏ ତାର ସମସ୍ତ କ୍ଳେଶ ଦୂର ହୋଇଥାଏ l ମାର୍ଗଶିର ଗୁରୁବାରରେ ଶଙ୍ଖ ପୂଜନ କରିବା ଦ୍ୱାରା ସନ୍ତାନ ମାନଙ୍କ ଜୀବନ ସୁଖମୟ ହୋଇଥାଏ l
ମାନ୍ୟତା ଅନୁସାରେ ଆଚାରେ ବସତେ ଲକ୍ଷ୍ମୀ , ଅର୍ଥାତ ମାତା ଲକ୍ଷ୍ମୀ ଆଚରଣରେ ବାସ କରି ଥାଆନ୍ତି l ତେଣୁ ଯେଉଁ ବ୍ୟକ୍ତି ସଦାଚାର, ସତକର୍ମ, ସତ ଚିନ୍ତନ କରିଥାଏ ତା ଉପରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ l
ଗୁରୁବାର ବ୍ରତରେ ସାତ୍ଵିକ ଭୋଜନ କରିବା ଆବଶ୍ୟକ l ଏହି ମାସର ଗୁରୁବାରରେ ଘରର ମୁଖ୍ୟ ଦ୍ୱାରରେ କଳସ ସ୍ଥାପନା କରି ଆମ୍ବ ପତ୍ରର ତୋରଣ ଲଗାଇବା ଦ୍ୱାରା ଘରର ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ l
ଗୁରୁବାର ଦିନ ଘରର ଉତ୍ତର ଦିଗରେ ଗୋଟିଏ ଜଳପୂର୍ଣ୍ଣ ଢାଳ ରଖି ସେଥିରେ ତୁଳସୀ ଓ ଗଙ୍ଗାଜଳ ପକାଇ ରଖିବା ଦ୍ୱାରା ଶ୍ରୀହରୀଙ୍କ କୃପା ଲାଭ ହୋଇଥାଏ l ଏବଂ ସନ୍ତାନ ମାନଙ୍କ ଜୀବନର ସମସ୍ତ କ୍ଳେଶ ଦୂର ହୋଇଥାଏ l
ଗୁରୁବାର ଦିନରେ ଘରକୁ ଯେଉଁ ଅତିଥି ଆସୁଛନ୍ତି ସେମାନଙ୍କର ବିଶେଷ ସତ୍କାର କରିବା ଆବଶ୍ୟକ l କାହାକୁ ଭୋକିଲା ଯିବାକୁ ଦେବା ଆବଶ୍ୟକ ନୁହେଁ l ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ l ତେଣୁ ସଭିଙ୍କୁ ଅତିଥି ସତ୍କାର କରିବା ଆବଶ୍ୟକ l