ଯୌତୁକ ନିର୍ଯାତନା ପରେ ଘରୋଇ କଳହ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଗରମ ପାଣି ଦେବାକୁ ଡେରି କରିବାରୁ ସ୍ତ୍ରୀ କୁ ମାରି ନାକ ଫଟେଇ ଦେଲା ସ୍ୱାମୀ | ପ୍ରଥମେ ସ୍ତ୍ରୀ ଉପରେ ଯୌତୁକ ନିର୍ଯାତନା ପରେ ଘରୋଇ କଳହ | ଗାଧେଇବା ପାଇଂ ସାମାନ୍ୟ ଗରମ ପାଣି ଦେବାକୁ ଡେରି କରିବାରୁ ସ୍ତ୍ରୀ କୁ ମାରି ନାକ ଫଟେଇ ଦେଲା ସ୍ୱାମୀ |

କୁଦାନଗରୀ ଥାନା ଅନ୍ତର୍ଗତ ମଧୁ ଶାସନ ଗାଁ ରେ ଘଟିଛି ଏଭଳି ଘଟଣା | ନିଶ୍ଚିନ୍ତ କୋଇଲି ଜିଗିନପୁର ଅଞ୍ଚଳ ର ରବୀନ୍ଦ୍ର ବେହେରା ଙ୍କ ଝିଅ ଧରିତ୍ରୀ ପାଞ୍ଚ ବର୍ଷ ହେବ ମଧୁ ଶାସନ ର ଗୌରାଙ୍ଗ ବେହେରା ଙ୍କୁ ବିବାହ କରିଥିଲେ | ଅଧିକ ଯୌତୁକ ଦାବି କରି ବିବାହ ପରଠୁ ବୋହୁ ଧରିତ୍ରୀ ଙ୍କ ସହ ସ୍ୱାମୀ, ଶାଶୁ, ଶାଶୁର ଝଗଡା କରିବା ସହ ମାରପିଟ କରନ୍ତି | କିନ୍ତୁ ଗତ କାଲି ଘରୋଇ କଳହ ଉଗ୍ର ରୂପ ନେଇ ଥିଲା |

ସ୍ୱାମୀ ଗାଧେଇବା ପାଇଂ ସାମାନ୍ୟ ଗରମ ପାଣି କରି ସଠିକ ସମୟରେ ନଦେଇ ପାରିବା ରୁ ଧରିତ୍ରୀ ଙ୍କୁ ସ୍ୱାମୀ,ଶଶୁର ଓ ଶାଶୁ ମାଡ ମାରି ଲହୁ ଲୁହାଣ କରିବା ସହ ନାକ ଫଟାଇ ଦେଇଥିଲେ | ଏନେଇ ଧରିତ୍ରୀ ଙ୍କ ବାପ ଘର ଲୋକ ଖବର ପାଇ ମଧୁ ଶାସନ ରେ ପହଂଚି ଧରିତ୍ରୀ ଙ୍କ ର ମେଡିକାଲ ରେ ଚିକିତ୍ସା କରାଇଥିଲେ | ପରେ ବୋହୁ ଧରତ୍ରୀ ସ୍ୱାମୀ ଗୌରାଙ୍ଗ ବେହେରା ଙ୍କ ସମେତ ଶାଶୁ, ଶଶୁର ଙ୍କ ନାମରେ କୁଦାନଗରୀ ଥାନା ରେ ନିର୍ଯ୍ୟାତନା ଓ ଆକ୍ରମଣ ର ଅଭିଯୋଗ କରିଛନ୍ତି | ଏ ନେଇ କୁଦାନଗରୀ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି

Leave A Reply

Your email address will not be published.