ଲୋକସଭାରେ କମ୍ପନ ଆଣିଲେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଲୋକସଭାରେ କମ୍ପନ ଆଣିଲେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ସିଧାସିଧା କହିଲେ, ପିଓକେ ଆମର । କେବଳ ନେହୁରୁଙ୍କର ଭୁଲ ପାଇଁ POK ସୃଷ୍ଟି ହୋଇଛି । ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଆଉ ଶାହାଙ୍କର ଦମଦାର ଭାଷଣ ଶୁଣି ବିରୋଧୀ ଘାଇଲା । ଜମ୍ମୁକଶ୍ମୀରକୁ ନେଇ ବଡ଼ ମନ୍ତବ୍ୟ ଦେଲେ ଶାହା । ମୋଦି ସରକାର ଦେଶର କେମିତି ଉନ୍ନତି କରୁଛି ସେନେଇ ବିରୋଧୀଙ୍କୁ ଦେଖାଇଲେ ପୋଥି ।ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଉପରେ ବିତର୍କ ବେଳେ ଶ୍ରୀ ଶାହ ଏହି କଥା କହିଥିଲେ। କହିଲେ, ଗରିବଙ୍କ ଦୁଃଖ-ଯନ୍ତ୍ରଣା ବୁଝିଥାନ୍ତି ପିଏମ ମୋଦି । ବିସ୍ଥପାତିଙ୍କ ଆଖିର ଲୁହ ପୋଛିନ୍ତି ମୋଦି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସିଧା ହମଲା କରିଛନ୍ତି ଶାହ । ଧାରା-୩୭୦ ଉଠାଇବାରୁ କିଛି ଲୋକଙ୍କ ଅସୁବିଧା ହେଉଛି । ହେଲେ ଲାଭ କିଛି ହେବାର ନାହିଁ ।

ଜାମୁ କାଶ୍ମୀର ବିଲ୍‌କୁ ନେଇ ଅମିତ ଶାହା ଗୃହରେ ସ୍ପଷ୍ଟୋକ୍ତି ରଖିବା ସହ ଧୋଇଥିଲେ ବିରୋଧିଙ୍କୁ । କହିଥିଲେ, କାଶ୍ମୀର ନେଇ ଚିନ୍ତା କାହାର ନଥିଲା । ହେଲେ ମୋଦି ଆସିବା ପରେ କାଶ୍ମୀର ଗୁରୁତ୍ଵ ଦିଆଗଲା, ଧାରା 370 ଉଠିଲା । ଏବେ ପିଓକେ ରେ କାଶ୍ମୀର ପଣ୍ଡିତଙ୍କ ପାଇଁ ଆସନ ସଂରକ୍ଷିତ ରହିବ ବୋଲି ଶାହା କହିଛନ୍ତି । ଯେଉଁମାନେ କାଶ୍ମୀରରୁ ବିସ୍ଥାପିତ ହେଇଛନ୍ତି ସେମାନଙ୍କ ଦୁଃଖ କହିବା ଅସମ୍ଭବ। କଂଗ୍ରେସ ପଛୁଆ ବର୍ଗଙ୍କୁ ଜୋରଦାର ବିରୋଧ କରୁଛି । ମଣ୍ଡଳ କମିଶନକୁ କଂଗ୍ରେସ ବିରୋଧ କରିଛି ।

ଶାହା ନେହରୁଙ୍କ ଉପରେ ବି କଡା ଟିପଣୀ ଦେଇ କହିଥିଲେ ପିଓକେ ଯଦି ସୃଷ୍ଟି ତାହା କେବଳ ନେହୁରଙ୍କ ଭୁଲ ପାଇଁ । ନଚେତ୍‌ ଆଜି କାଶ୍ଜୀର ଭାରତର ଅଂଶ ହୋଇ ରହିଥାଆନ୍ତା ।ଅଗଷ୍ଟ ୬ ତାରିଖ ୨୦୧୯ରେ ହଟିଥିଲା ଧାରା ୩୭୦। ଧାରା ୩୭୦ ହଟିଲା ପରେ କାଶ୍ମୀର ରେ ଆତଙ୍କବାଦ କମିଛି। ୨୦୨୩ରେ ଗୋଟିଏ ବି ପଥର ଫିଙ୍ଗା କିମ୍ବା ଆନ୍ଦୋଳନ ଘଟଣା ଦେଖାଦେଇନି। କିନ୍ତୁ 2010ରେ କଂଗ୍ରେସ ଶାସନ ସମୟରେ ୧୧୨ଲୋକ ପଥର ଫିଙ୍ଗା ପାଇଁ ଆହତ ହୋଇଛନ୍ତି। 370ହଟିଲା ଦିନଠୁ କାଶ୍ମୀରରେ ପ୍ରତି ତିନି ମାସରେ ସୁରକ୍ଷାର ସମୀକ୍ଷା କରାଯାଉଛି। ୩୭୦ ଉଠିଲା ପରେ କାଶ୍ମୀରରେ ୪ଟି ଫିଲ୍ମ ହଲ ହୋଇଛି ବୋଲି ଶାହା କହିଛନ୍ତି।

Leave A Reply

Your email address will not be published.