ଚଳିତ ବର୍ଷର ଶୀତ ଛୁଟି ଘୋଷଣା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଚଳିତ ବର୍ଷର ଶୀତ ଛୁଟି ସରକାର ଘୋଷଣା କରିଛନ୍ତି। ତେବେ ସରକାର ଘୋଷଣା କରିଥିବା ଛୁଟି ଅନୁସାରେ ୨୦୨୪ ଜାନୁୟାରୀ ୧ରୁ ଶୀତ ଛୁଟି ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ। ତେବେ ଚଳିତ ଶୀତରେ ପୂର୍ବ ବର୍ଷ ଶୀତ ତୁଳନାରେ କମ ଛୁଟି ଅର୍ଥାତ କେବଳ ୬ ଦିନ ପାଇଁ ଶୀତ ଛୁଟି ଦିଆଯାଇଛି। ଏନେଇ ଦିଲ୍ଲୀ ସରକାର ଶୀତଦିନିଆ ଛୁଟି ସମ୍ପର୍କରେ ଏକ ଆଡ୍‌ଭାଇଜରୀ ଜାରି କରିଛନ୍ତି।

ଜାରି ଆଡ୍‌ଭାଇଜରୀ ଅନୁସାରେ ଏହା ପୂର୍ବରୁ ନଭେମ୍ବର ମାସରେ ପ୍ରଦୂଷଣ ମାତ୍ରା ବୃଦ୍ଧି ହେତୁ କିଛି ଦିନ ଆଗରୁ ଶୀତ ଛୁଟି ବ୍ୟବହାର ହୋଇସାରିଛି। ପ୍ରଦୂଷଣ କାରଣରୁ ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଥିଲା ଏବଂ ଏହାକୁ ଶୀତକାଳୀନ ଛୁଟିରେ ଆଡ୍‌ଜଷ୍ଟ କରିବାକୁ ଆଦେଶ ଦିଆଯାଇଥିଲା। ତେଣୁ ଚଳିତ ବର୍ଷ  ଜାନୁଆରୀ ୧ରୁ ୬ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।

Leave A Reply

Your email address will not be published.