ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭୟଙ୍କର ଅଗ୍ନିକାଣ୍ଡ। ହଜ ଯାତ୍ରୀଙ୍କୁ ନେଉ ଯାଉଥିବା ବସ୍ରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଟ୍ରାଭେଲ ବସ୍। ତେବେ ଅଳ୍ପକେ ବର୍ତ୍ତିଗଲେ ହଜ୍ ଯାତ୍ରୀ। ମହାରାଷ୍ଟ୍ର ସତାରାରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ।
ମିରାଜରୁ ହଜ୍ ତୀର୍ଥଯାତ୍ରା ପାଇଁ 40 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଆଜି ସକାଳ 3 ଟା ସମୟରେ ସାରାର କରାଡରେ ନିଆଁ ଲାଗିଯାଇଥିଲା। ମିରାଜରୁ ମୁମ୍ବାଇ ଡଲଫିନ୍ କମ୍ପାନୀର MH 03 CP 4500 ର ବିଦ୍ୟୁତ୍ ତାରରେ ସର୍ଟ ସର୍କିଟ ଯୋଗୁଁ ଟାସୱେଡ ଟୋଲ ବୁଥରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। କିନ୍ତୁ ସେତେବେଳକୁ ବସ କେବଳ ଜଳି ଯାଇଥିଲା | ଏହି ଦୁର୍ଘଟଣାରେ କେହିବି ମୃତାହତ ହୋଇନାହାନ୍ତି। ବସ୍ରୁ ଧୂଆଁ ବାହାରିବା ପରେ ପ୍ରଥମେ ଡ୍ରାଇଭର ଆଲର୍ଟ ହୋଇ ସମସ୍ତ ଯାତ୍ରୀଙ୍କୁ ସୂଚନା ଦେଇଥିଲେ।
ଏହାପରେ ସମସ୍ତେ ବସ୍ ଭିତରୁ ବାହାରି ଆସିଥିଲେ। ତେବେ ବିଦ୍ୟୁତ ତାରରେ ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲିଭିଯାଇଥିଲେ ମଧ୍ୟ ଏହି ଟ୍ରାଭେଲ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି। ସେପଟେ ନିଆଁ ଲାଗିବା ଯୋଗୁ ଯାତ୍ରୀଙ୍କ ଅନେକ ବ୍ୟାଗ୍ ଓ ଜିନିଷ ପତ୍ର ଜଳି ଯାଇଛି।