ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ବାରିପଦା ପୋଲିସ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ବାରିପଦା ପୋଲିସ, ୫୨ଟି ମୋବାଇଲ ସହ ତିନୋଟି ବାଇକ ଜବତ | ଅଶାନ୍ତି ହୋଇପଡିଛି ବାରିପଦା ସହର ଆଉ ସହରର ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପଣ ନେଇଛନ୍ତି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ ସୁଶ୍ରୀ । ଏକ୍ସନ ମୁଡ଼ରେ ପୋଲିସ ଗୋଟି ଗୋଟି କରି ଚୋର ଡକାୟତ ମାନଙ୍କୁ ଧରିବା ପାଇଁ ବିଛାଇ ଜାଲ।

ବାରିପଦା ପୋଲିସକୁ ମିଳିଲା ବଡ ସଫଳତା। ପୋଲିସ ତରଫରୁ ମିଳିଥିବା ସୂଚନା ଅନୁ ଯାୟୀ ଅଭିଯୋଗକାରୀ ଗତ ଡିସେମ୍ବର୪ ତାରିଖ ଦିନ ନାହରପଦା ନିବାସୀ ବାସୁଦେ ମହାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ କି ଗତ ନଭେମ୍ବର ୩୦ ତାରିଖ ଦିନ ସକାଳେ ସାଇକେଲ ରେ ଯିବା ସମୟରେ, ବଡବଜାର ଅମ୍ବିକା ମନ୍ଦିର ଛକ ରୁ ନେପାଳୀ ମାର୍କେଟ ଯିବା ରାସ୍ତାରେ ଦୁଇ ଜଣ ପିଲା ରେଡ କଲର ର ପୁରୁଣା ବାଇକ ରେ ଆସି ତାଙ୍କୁ ଜୋର ରେ ଧକା ଦେଇ ତାଙ୍କ ଫୋନ ଟିକୁ ଜବରଦସ୍ତ ଛଡାଇ ନେଇ ପଳେଇଗଲେ । ଧକା ଫଳରେ ସେ ଆହତ ମଧ୍ୟ ହୋଇଥିଲେ । ଏହି ରିପୋର୍ଟ କୁ ଆଧାର କରି କେଶ ରୁଜୁ କରାଗଲା ।

ସିସିଟିଭି କୁ ଆଧାର କରି ଓ ବିଶ୍ଵସ୍ଥ ସୂତ୍ର ରୁ ଦୁଇ ଜଣ ଙ୍କୁ ଚିହ୍ନଟ କରାଯାଇଥିଲା । ଗତ କାଲି ଜଣେ ଅଭିଯୁକ୍ତକୁ ଷ୍ଟେସନ ବଜାର ଅଞ୍ଚଳରୁ ଧରା ପଡିଥିଲା । ଅଭିଯୁକ୍ତ ବୟାନ ଆଧାରରୁ ବାରିପଦା ସହର ଓ ଏହାର ଆଖପାଖ ଅଞ୍ଚଳ ରୁ ହୋଇଥିବା ମୋବାଇଲ ସୁନା ଚେନ ଛିଣ୍ଡାଇବାରେ ଏହି ଗୃପ ର ପାଞ୍ଚ ଜଣ ସାମିଲ ଥିବା ଜଣା ପଡିଥିଲା । ପରେ ରାତି ତମାମ ରେଡ ଓ ଚଢାଉ କରି ତିନି ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବାରିପଦା ପୋଲିସ । ଅଭିଯୁକ୍ତ ମାନଙ୍କ ମଧ୍ଯ ରୁ ଜଣେ ନାବାଳକ ଅଛନ୍ତି । ଲୁଟେରାଙ୍କ ଠାରୁ ସମୁଦାୟ ୫୨ ଗୋଟି ମୋବାଇଲ ଫୋନ ଜବତ କରାଯାଇଛି । ଲୁଟ କରିବା ସମୟରେ ରେ ବ୍ୟବହାର ହୋଇଥିବା ମୋଟର ସାଇକେଲ ତିନି ଟି ମଧ୍ୟ ଜବତ କରାଯାଇଛି ।

ଏହି ୫୨ ଗୋଟି ମୋବାଇଲ ମଧ୍ୟରୁ ବାରିପଦା ସହର ରୁ ୬ ଗୋଟି ଲୁଟ ହୋଇଥିବା ବେଳେ ଗୋଟିଏ ସଙ୍ଖାଭଙ୍ଗା ରୁ, ଗୋଟିଏ ଭଞ୍ଜପୂର ରୁ, ଆହୁ ରି ଅନେକ ସ୍ଥାନ ରୁ ଲୁଟ କରିଥିବାର ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି । ପୋଲିସ ତିନି ଜଣଙ୍କୁ ଗିରଫ କରି ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଓ ଅନ୍ୟ ଜଣେ ନାବାଳକ ଅପରାଧୀ କୁ କୋର୍ଟ ରେ ହାଜର କରିଛି । ଜବତ ହୋଇଥିବା ଗାଡି ଓ ମୋବାଇଲ ର ମାଲିକାନା ଯାଞ୍ଚ ଚାଲିଛି । ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପାଲିସ ପକ୍ଷରୁ ପ୍ରକାଶ।

Leave A Reply

Your email address will not be published.