ବର ବାହାରିବାକୁ ଘଟିଲା ଅଘଟଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଟ୍ଟାମୁଣ୍ଡାଇ ବଡପଡା ମିହାନ୍ତି ସାହି ରେ ବିବାହ ବର ବାହାରିବାକୁ ଥିବା ବେଳେ ଘଟିଲା ଅଘଟଣ | ପେଟ୍ରୋଲ ଜାର ରୁ ନିଆଁ ଲାଗି ଘର ଜଳିଜାଇ ଚାଲିଗଲା 6 ବର୍ଷ ର ଶିଶୁ ର ଜୀବନ |

ଶିଶୁ କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ 3ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗ୍ରାମରେ | ବଡପଡା ଗ୍ରାମର ରତ୍ନାକର ମଳିକ ଙ୍କ ପୁଅ ଯାକେଶ୍ୱର ମଳିକ ର ବିଭାଘର ଥିବାବେଳେ ବରଯାତ୍ରୀ ଯିବା ପାଇଁ ବର ପକ୍ଷରୁ ପେଟ୍ରୋଲ ବାଣ୍ଟୁଥିବା ବେଳେ ଘଟିଥିଲା ଅଘଟଣ |

ପାଖରେ ସିଗାରେଟ ଟାଣୁଥିବା ବେଳେ ପେଟ୍ରୋଲ ରେ ଲାଗିଯାଇଥିଲା ନିଆଁ |ନିଆଁ ଲାଗି ସମ୍ପୂର୍ଣ ଘର ପୋଡି ଯିବା ସହ ବନ୍ଧୁ ଘରକୁ ଆସିଥିବା ମାଟିଆ ଗ୍ରାମର ଜଣେ ପାଞ୍ଚ ବର୍ଷ ର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି ଏହି ଅଗ୍ନି କାଣ୍ଡ ରେ ଲକ୍ଷା ଧିକ ଟଙ୍କା ର ସମ୍ପତି ପୋଡି ପାଉଁଶ ହୋଇଯାଇଛି |

Leave A Reply

Your email address will not be published.