ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଵାସୁଦେଵପୁରରେ ପ୍ରାକ ନିର୍ବାଚନୀ ରାଜନୈତିକ ହିଂସା । ଚୈ।କି ପାଇଁ କଳିରେ ବଳି ପଡୁଛନ୍ତି କର୍ମୀ । ବିଧାୟକ ଓ ସାଂସଦଙ୍କ ଚୈ।କିପାଇଁ କଳିରେ ମନାନ୍ତର ଓମତାନ୍ତର ପରେ ଵିଜେଡି ଓ ଵିଜେଡି ମଧ୍ୟରେ ଆକ୍ରମଣ। ପୁର୍ବରୁ ପଦ୍ମପୁର ଠାରେ ଏଵେ ନାୟକାଣୀଢିହି ଗ୍ରାମ ପଞ୍ଚାୟତରେ ଵିଜେଡି ବିଜେଡି ମଧ୍ୟରେ ମାର୍ ପିଟ୍। ବିଧାୟକଙ୍କ ଇଙ୍ଗିତ ରେ ତାଙ୍କ ଅନୁଗତ ମାନେ ମାରପିଟ ଗଣ୍ଡଗୋଳ ଭିଆଉଛନ୍ତି । କାହାର କେତେ ବେଳେ ମୁଣ୍ଡ ଗଡିବ କହିବା ମୁସ୍କିଲ। ୨୦୨୪ ସାଧାରଣ ନିର୍ବାଚନକୁ ଘୋଷଣା ଵାକି ।
ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନ ରଣକୌଶଳ ପ୍ରସ୍ତୁତି କରିସାରିଥିଲା ବେଳେ ଵାସୁଦେଵପୁର ନିର୍ବାଚନ ମଣ୍ଡଳୀ ରେ ଵିଜେଡି ଲଢୁଛି ବିଜେଡି ସହ।କିଛି ହାତଗଣତି କର୍ମୀଙ୍କୁ ହାତରେ ରଖି ଵିଜେଡିର ପ୍ରଭାବଶାଳୀ ନେତା ମାନଙ୍କୁ ଅଣଦେଖା କରିବା ପରେ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ଙ୍କର ଲୋକପ୍ରିୟତା କମିଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିଵା ପରେ ରକ୍ତ ମୁଖା ହୋଇଉଠିଛନ୍ତି ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ଓ ତାଙ୍କ ସମର୍ଥକ ମାନେ। ଏହି ଗୁଣ୍ଡାଗିରି ଅନ୍ୟ ଦଳର କର୍ମୀଙ୍କ ଉପରେ ନୁହେଁ ବରଂ ନିଜ ଦଳର ଵିଜେଡି କର୍ମୀଙ୍କ ଉପରେ ଆକ୍ରମଣ ଚାଲିଛି । କିଛି ଦିନ ପୂର୍ବରୁ ପଦ୍ମପୁର ଠାରେ ଵିଜେଡି ର ଯୁଵ ନେତା ଲିଙ୍କୁନୁ ଦଳେଇଙ୍କ ଉପରେ ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା ।
ଏଵେ ନାୟକାଣୀଢିହି ଗ୍ରାମ ପଞ୍ଚାୟତର ଵିଜେଡି ଦଳର ଜଣେ ଆଗୁଆ କର୍ମୀ ରାଜକିଶୋର ଦାସଙ୍କ ଉପରେ କରଞ୍ଜଆଡିଆ ଵଜାର ଠାରେ ଥିବା ସଚସଙ୍ଗ ମନ୍ଦିର ଆଗରେ ହଠାତ ଆକ୍ରମଣ କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ ମଙ୍ଗଳବାର ରାତି ପାଖାପାଖି ୧୦.୩୦ ମିନିଟ୍ ସମୟରେ ନିଜ କାର୍ ଯୋଗେ ରାଜକିଶୋର ଦାସ ଏକାକି ଘରକୁ ଫେରୁଥିବା ବେଳେ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଧରି ଵିଵେକାନନ୍ଦ ପରିଡା ଓରଫ୍ ଵାପି, ଚିତ୍ତରଞ୍ଜନ ଜେନା ଓ ବାଇଧର ସିଂ ପ୍ରମୁଖ ତାଙ୍କୁ ଗାଡିରୁ ଟାଣି ଵାହାରକୁ ଆଣି ନାନା ପ୍ରକାର ଅକଥନୀୟ କଟୁ କଥା କହିବା ସହିତ ମାଡ ମାରିଥିଲେ।
ରାଜକିଶୋର ଦାସ ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସି ଘଟଣା ସ୍ଥଳରେ ପହଞ୍ଚିଵା ପରେ ଅଭିଯୁକ୍ତ ମାନେ କୌଶଳ କ୍ରମେ ଘଟଣା ସ୍ଥଳରେ ଚମ୍ପଟ ମାରିଥିଲେ। ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଅମାନୁଷିକ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଜାଣିପାରି ନଥିଲା । ପରେ ପୋଲିସ କୈାଣସି ସୂତ୍ରରୁ ଖବର ପାଇ ରାତି ସାରା ଚଢ଼ାଉ ଜାରିରଖିଥିଲା। ଦୀର୍ଘ ୨ ଘଣ୍ଟାର ଖୋଜାଖୋଜି ପରେ ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ପରିଡା ଓରଫ୍ ଵାପିଙ୍କୁ ଏକ କୋଠା ଘରର ଛାତ ଉପରେ ଠାଵ କରି ନିଜ ହେପାଜତକୁ ନେଇଥିଲା। ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଖୋଜୁଥିବା ବେଳେ ରାଜକିଶୋର ଦାସଙ୍କ ଏତଲା ମୁଳେ ନାୟକାଣୀଢିହି ପୋଲିସ ୨୭୨/୨୩ ମୂଳେ ମାମଲା ରୁଜୁ କରି ଅଭିଯୁକ୍ତ ଵିଵେକାନନ୍ଦ ଙ୍କୁ କୋର୍ଟ ଚାଲାଣ କରିଛି।