ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ପୁଣି ଟପ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗବେଷଣା ସଂସ୍ଥା ମର୍ଣ୍ଣିଂ କନସଲ୍ଟ କମ୍ପାନୀର ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକା ଜାରି କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ଅପ୍ରୁଭାଲ ରେଟିଂ ସହ ନମ୍ବର ୱାନ୍‌ରେ ଅଛନ୍ତି। ସାରା ବିଶ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲଓ୍ବା ଜାରି ରହିଛି । ବିଶ୍ବ ନେତା ରାଙ୍କିଂରେ ସମସ୍ତଙ୍କୁ ପଛରେ ପକାଇ ଲୋକପ୍ରିୟ ନେତା ଲିଷ୍ଟରେ ଟପରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଲୋକପ୍ରିୟ ନେତା ତାଲିକାରେ ସେ ବିଶ୍ବର ଅନେକ ନେତାକୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି । ଏହି ସର୍ଭେରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର 66 ପ୍ରତିଶତ ରେଟିଂ ପାଇ ମୋଦିଙ୍କ ପଛରେ ଅର୍ଥାତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଭଳି ଅନେକ ରାଷ୍ଟ୍ରନେତାଙ୍କ ନାମ ରହିଛି । ଏହି ସର୍ଭେ ସମ୍ପର୍କରେ ମର୍ଣ୍ଣିଂ କନସଲ୍ଟ ଦ୍ବାରା ଏକ୍ସରେ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ସେହିପରି ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ଲୋକପ୍ରିୟତା ତାଲିକାରେ ୪୯ ପ୍ରତିଶତ ରେଟିଂ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଚମ ସ୍ଥାନରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଅଚନ୍ତି। ତାଙ୍କୁ ୪୭ ପ୍ରତିଶତ ରେଟିଂ ମିଳିଛି।ଲୋକପ୍ରିୟ ନେତା ତାଲିକାରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ୪୧ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି। ସପ୍ତମ ସ୍ଥାନରେ ଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର୍ ଡି କ୍ରୋ ୩୭ ପ୍ରତିଶତ ରେଟିଂ ପାଇଛନ୍ତି। ଏଥି ସହିତ ଅଷ୍ଟମ ନମ୍ବରରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବମ ନମ୍ବରରେ ଆସିଥିବା ସ୍ପେନର ପେଡ୍ରୋ ସାଞ୍ଚେଜ ମଧ୍ୟ ୩୭ ପ୍ରତିଶତ ରେଟିଂ ପାଇଛନ୍ତି। ସେହିପରି ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଡକର ୩୬ ପ୍ରତିଶତ ଅନୁମୋଦନ ସହ ଦଶମ ସ୍ଥାନରେ ଅଛନ୍ତି।

Leave A Reply

Your email address will not be published.