୪୦ ରୁ ଅଧିକ ସ୍ଥାନ ଉପରେ ଚଢାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଇଏସଆଇଏସ ଲିଙ୍କ ଘଟଣାରେ ଦୁଇ ରାଜ୍ୟର NIAର ଏକକାଳୀନ ଚଢ଼ାଉ । ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ମହାରାଷ୍ଟ୍ର ପୁଣେରୁ ୧୩ ଜଣଙ୍କୁ ଗିରଫ କରାଯାଇଛି ।

ଦୁଇ ରାଜ୍ୟର ୪୪ଟି ସ୍ଥାନରେ ଏନଆଇଏ ରେଡ୍ କରୁଛି । ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ରେଡ୍ । ଆଇଏସଆଇଏସକୁ ଦୁନିଆର ସବୁଠାରୁ ଭୟଭୀତ ଆତଙ୍କବାଦୀ ସଂଗଠନ ଭାବେ ଗଣାଯାଏ। ANI ଅନୁଯାୟୀ, ୪୪ ଟି ସ୍ଥାନ ଅଛି ଯେଉଁଠାରେ ଶନିବାର ସକାଳୁ ଏନଆଇଏ ଚଢାଉ ଜାରି ରହିଛି। ସେଥିମଧ୍ୟରୁ କର୍ଣ୍ଣାଟକର ଗୋଟିଏ ସ୍ଥାନରେ ଚଢାଉ କରାଯାଇଛି। ଏଥିସହିତ ପୁଣେରେ ୨ ଟି, ଥାନେ ଗ୍ରାମୀଣରେ ୩୧ ଟି, ଥାନେ ସିଟିରେ ୯ ଟି ଏବଂ ଭୟାନ୍ଦରରେ ଗୋଟିଏ ସ୍ଥାନରେ ଏନଆଇଏ ଅଧିକାରୀମାନେ ଚଢାଉ କରିଛନ୍ତି।

ଭାରତରେ ଆତଙ୍କବାଦ ଏବଂ ହିଂସା ବିସ୍ତାର ପାଇଁ ଆତଙ୍କବାଦୀ ସଂଗଠନର ଯୋଜନାକୁ ପଣ୍ଡ କରିବା ପାଇଁ ଏନଆଇଏ ଏକ ବ୍ୟାପକ ଅନୁସନ୍ଧାନ କରୁଛି। ପୂର୍ବରୁ ମଧ୍ୟ ଏଭଳି ଚଢାଉ କରାଯାଇଥିଲା ଯେଉଁଥିରେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.