ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଅବକାରୀ ବିଭାଗର ସଫଳତା ବିପୁଳ ପରିମାଣ ଦେଶୀ ମଦ ସହିତ ପୋଚ ଜବତ କରି ନଷ୍ଟ କରିଲା | କରଞ୍ଜିଆ ଅବକାରୀ ବିଭାଗ କରଞ୍ଜିଆ ଉପଖଣ୍ଡର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିର ସମସ୍ତ ଅଞ୍ଚଳରେ ନିଶାଦ୍ରବ୍ୟ ଓ ମାଫିଆମାନଙ୍କୁ ଧରିବା ପାଇଁ ଧରପକଡ ଜାରିରଖିଥିବା ବେଳେ ଆଜି ଏକ ସ୍ଥାନରେ ଚଢ଼ାଉ କରି ୧୦୫ ଲିଟର ଦେଶୀ ମଦ ଏବଂ୬୫୦୦ ଲିଟର ପୋଚ ଜବତ କାରି ନଷ୍ଟ କରିଥିବା ଜଣା ପଡିଛି |
ତେବେ ସୂଚନା ମୁତାବକ କୌଣସି ବିଶ୍ବସ୍ତ ସୂତ୍ରରୁ କରଞ୍ଜିଆ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଧିରେନ କୁମାର ବେହେରା ଖବର ପାଇଥିଲେ | ଖବର ପାଇବା ପରେ ଧିରେନ କୁମାର କରଞ୍ଜିଆ ଥାନା କୁ ଜଣେଇବା ପରେ ଅବକାରୀ ବିଭାଗର ଏକ ଟିମ ଏବଂ କରଞ୍ଜିଆ ଥାନାର ଏକ ଟିମ ମିଳିତ ହୋଇ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନ ଅନ୍ତର୍ଗତ ମେଣ୍ଢା ସିଂ ଓ ଝାରବେଡା ଗ୍ରାମରେ ଅତର୍କିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ଦେଶି ମଦ ଓ ପୋଚ ଜବତ କରି ନଷ୍ଟ କରିଥିବା ଜଣା ପଡିଛି |
ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ରୁ ଉର୍ଦ୍ଧ ହେବ ବଲି ଜଣା ପଡିଛି |ଏହି ଚଢ଼ାଉ ରେ କରଞ୍ଜିଆ ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ଆଲ୍ଲାଦି ମାର୍ଣ୍ଡି ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ସେହି ଭଳି କରଞ୍ଜିଆ ଥାନାରୁ ଏସ.ଆଇ ବଳରାମ ମହାରଣାଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିବା ଜଣା ପଡିଛି |