ସାବାଡ଼ ହେଉ ନାହାନ୍ତି ସାଇବର ଲୁଟେରା, ପାନକାର୍ଡର KYC ଅପଡେଟ୍ ଆଳରେ ବୟସ୍କ ବ୍ୟକ୍ତିଙ୍କ ଠାରୁ ଲୁଟିନେଲେ ୭୫ ହଜାର ଟଙ୍କା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ସାଇବର ଅପରାଧୀ । ଦିନକୁ ଦିନ ବିଭିନ୍ନ ପ୍ରକାରର ଫର୍ମୁଲା ଆପଣାଇ ଠକିବାରେ ଲାଗିଛନ୍ତି ଏହି ସାଇବର ଲୁଟେରା। କେତେବେଳେ KYC ଭେରିଫିକେସନ ତ ଆଉ କେତେବେଳେ ଆକାଉଣ୍ଟ ତନଖି ନାଁରେ ଟଙ୍କା ଗାୟବ ହେଉଛି ।ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ଏହି ସାଇବର ଲୁଟେରା । ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସାଇବର ଲୁଟେରା ସଫଳ ହେଉଛନ୍ତି ଳୁଟିବାରେ। ସାଇବର ଥାନା ଖୋଲା ଯାଇଛି ଓ ଆଇନକୁ କଡାକଡି କରାଯାଇଛି । କିନ୍ତୁ ଏସବୁକୁ ଯେମିତି ପାଟିରେ ଉଡେଇ ଦେଉଛନ୍ତି ଅପରାଧୀଆଜି ଏଭଳି ଏକ ଠକାମୀର ଶିକାର ହୋଇଛନ୍ତି ରାଜଧାନୀର ଅଶୋକ କୁମାର ସାହୁ ନାମକ ଜଣେ ବୟସ୍କ  ବ୍ୟକ୍ତି।

ପାନକାର୍ଡ ର KYC ଅପଡେଟ୍ ଆଳରେ ଲୁଟିନେଲେ ୭୫ ହଜାର ଟଙ୍କା । ଏଭିଭଳି ଉପାୟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଚୁନା ଲଗାଇଲେ ସାଇବର ଠକ । ଲିଙ୍କ କୁ କ୍ଲିକ କରିବା କ୍ଷଣି ଆକାଉଣ୍ଟ ରୁ କଟିଗଲା ଟଙ୍କା । ଦୁଇ ଟି କିସ୍ତିରେ ୭୫ ହଜାର ଟଙ୍କା ଗାଏବ କରିଦେଲା ସାଇବର ଠକ । ଏନେଇ ବୟସ୍କ ବ୍ୟକ୍ତି ଜଣକ ସାଇବର ଥାନା ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୋଲିସ । ସାଇବର ଠକ ମାନେ ବିଭିନ୍ନ ଉପାୟରେ ନୂଆ ନୂଆ ଢଙ୍ଗରେ ଲୋକ ମାନଙ୍କୁ ଠକୁଛନ୍ତି । ବ୍ଲଗ ମେସେଜ ପଠାଇ ଲିଙ୍କ କ୍ଲିକ କରିବାକୁ କହୁଛନ୍ତି । ପରେ ସାଇବର ଠକ ମାନେ OTP ପାଇଗଲା ପରେ ସିଧା ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି । ଏଭଳି ଠକେଇରେ  ଶିକାର ହେଇଛନ୍ତି ରାଜଧାନୀର ଜଣେ ବୟସ୍କ ବ୍ୟକ୍ତି ।

 

Leave A Reply

Your email address will not be published.