ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦାର୍ଶନୀ | ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ନମତରା ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ହୋଇଛି। ଏଥିରେ ରାଜକନିକା ବ୍ଲକରୁ ମୋଟ 96ଟି ପ୍ରକଳ୍ପ ଧରି କୁନି କୁନି ବୈଜ୍ଞାନିକମାନେ ଏହି ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ଚିନ୍ତାଧାରା କୁ ପ୍ରଦର୍ଶିତ କରିଥିଲେ।
ଏହି କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ମିନତୀ ରାଉତ, ମୁଖ୍ୟ ବକ୍ତା ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ପୃଥ୍ଵୀରାଜ ପରିଡା, ସମ୍ମାନିତ ଅତିଥି ଭାବେ ଚୈତନ୍ୟ ପୁହାଣ, ଘନଶ୍ୟାମ ମହାକୁଡ଼, ସରପଞ୍ଚ କମଳିନୀ ଜେନା, ନିଶିଧ କୁମାର ବାରିକ, ମଣ୍ଡଳ ଶିକ୍ଷାଧିକାରୀ କେନ୍ଦ୍ରାପଡ଼ା କୈଳାସ ଚନ୍ଦ୍ର ଦଳାଇ, ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ CRCC ଜରିସାହି କ୍ଲଷ୍ଟର ଖଗେଶ୍ୱର ପଢିହାରୀ,ପରିଚାଳନା କରିଥିବା ବେଳେ ଆବାହକ ତଥା ନମତାର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବେନ୍ଦ୍ର କୁମାର ସାହୁ ସହଯୋଗ କରିଥିଲେ।
ସେହିପରି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ , ମୁଖ୍ୟ ବକ୍ତା ଭାବେ ବିଜ୍ଞାପିତ ଅଞ୍ଚଳ ଜୋନ ନଂ 27ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରବୀଣା ଦାସ , ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ନମତାର ଉ. ପ୍ରା. ବିଦ୍ୟାଳୟ ର ଶୀଧେଶ୍ୱର ମଲିକ,ମଣ୍ଡଳ ସହଅଧିକାରୀ ସୁମନମାଳା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ସଞ୍ଜୟ କୁମାର ବଳ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ 23ଟି ଉପକନିଷ୍ଠ, 61ଟି କନିଷ୍ଠ ଓ 12ଟି ବରିଷ୍ଠ ବିଭାଗରେ ପ୍ରକଳ୍ପ ଧରି କୁନି ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ।
ସେଥିରୁ ୫ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣା ପଡିଛି। ଶେଷରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର.ସିସି, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଙ୍ଘର ନେତୃବୃନ୍ଦ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ନମତରା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ସମ୍ପୂର୍ଣ ସହଯୋଗ କରିଥିଲେ । ମଦରଙ୍ଗାପାଟା ନୋଡାଲ ଉ. ପ୍ରା. ବିଦ୍ୟାଳୟର ମହେନ୍ଦ୍ର କୁମାର ମାହୁନ୍ତCRCC ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l