ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିକଶିତ ଭାରତ ସଂକଳ୍ପ ଯାତ୍ରା ର ପ୍ରସ୍ତୁତି ବୈଠକ | ମହାକାଳପଡା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ମହାକାଳପଡା ପୁରୁଣା ପେଟ୍ରୋଲ ପମ୍ପ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଚି। ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ବୈଠକରେ ବ୍ଲକ ସଂଯୋଜକ ସଂଜୟ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମର ରୂପରେଖ ଓ ଏହାର ଉପକାରିତା ବିଷୟରେ ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଂଯୋଗ କରିବା ଏହି ଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ସଂଯୋଜକ ରୁଦ୍ର ନାରାୟଣ ମୁଦୁଲି, ତ୍ରିଲୋଚନ ରାଉତ, ସତୀଶ ରାଉତ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରଦୀପ ସେଠୀ , ଜୀବନ ସାହୁ, ଦେବାଶିଷ ମିଶ୍ର, ବିଘ୍ନେଶ ସେଠୀ, ପ୍ରହଲ୍ଲାଦ ସେଠୀ, ରମେଶ ପ୍ରଧାନ, ରବୀନ୍ଦ୍ର ବେହେରା, ସୁକାନ୍ତ ପାତ୍ର, ପ୍ରତାପ ତ୍ରିପାଠୀ, ପ୍ରତାପ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।