ବିଦ୍ୟୁତ କର୍ମଚାରୀଙ୍କ ଦବଙ୍ଗଗିରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଦ୍ୟୁତ କର୍ମଚାରୀଙ୍କ ଦବଙ୍ଗଗିରି |  ନିଜ ଘରେ ବେଆଇନ ବିପିଏଲ ଲାଇନ ସଂଯୋଗ କୁ ନେଇ ଅସନ୍ତୋଷ |  ବିଦ୍ୟୁତ କର୍ମଚାରୀ ଚୋରି କରୁଛନ୍ତି ବିଦ୍ୟୁତ  | ଯାହାକୁ ନେଇ ଜଗତସିଂହପୁର ଜିଲ୍ଲା ତ୍ରି୍ତୋଲ ବ୍ଲକର ସିରାସ୍ତା ଗ୍ରାମରେ ତେଜୁଛି ଅସନ୍ତୋଷ  |

ଯାହାକୁ ନେଇ ଟାଟା ପାୱାର କର୍ମଚାରୀଙ୍କ ବିଦୂତ ଚୋରି ଘଟଣା ସାମ୍ନାକୁ ଆସିଛି  |  ଆମେ କହୁଛୁ ତ୍ରି୍ତୋଲ ବ୍ଲକ ସିରାସ୍ତା ଗ୍ରାମର ପ୍ରସାଦ ନାୟକ ଜଣେ ବିଦ୍ୟୁତ ବିଭାଗର ଲାଇନମ୍ୟାନ ଭାବେ ସ୍ଥାୟୀ କର୍ମଚାରୀ ଅଟନ୍ତି |  କିନ୍ତୁ ସେ ଦୀର୍ଘ ବର୍ଷ ହେବ ନିଜ ନାଁରେ ଚଞ୍ଚକତା କରି ଗୋଟିଏ ବିପିଏଲ କନେକ୍ସନ କରିଛନ୍ତି |

ସେହିପରି ନିଜେ ନିଜ ଘରେ ଆଉ ଗୋଟିଏ ଚୋରା ଲାଇନ କନେକ୍ସନ କରିଛନ୍ତି | ଯାହାକୁ ନେଇ ସିରାସ୍ତା ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଉଛି | ଜଣେ ଗରିବ ଲୋକ ଯଦି କିଛି ଭୁଲ କରିଦିଏ ତେବେ ଟାଟା ପାୱାର ଜୁଲମ କରି ଫାଇନ ଆଦାୟ କରୁଛି l

Leave A Reply

Your email address will not be published.