ଚିତ୍ରୋପ୍ତଳା ବଞ୍ଚାଓ ଅଭିଯାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚିତ୍ରୋପ୍ତଳା ବଞ୍ଚାଓ ଅଭିଯାନ | କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାହିତ ଚିତ୍ରୋପ୍ତଳା ନଦୀ ଏବେ ଶୁଷ୍କ ହୋଇପଡିଛି |  ଯାହାକୁ ନେଇ ଏବେ ଚିନ୍ତାରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ମହାକାଳପଡ଼ା ନିର୍ବାଚନ ସାଧାରଣ ଜନତା ଓ ପରିବେଶବିତ !ଯାହାକୁ ନେଇ ତେଜୁଛି ଅସନ୍ତୋଷ |

ଏହି ପରିପ୍ରେକ୍ଷୀରେ ରବିବାର ଚିତ୍ରୋପ୍ତଳା ନଦୀ ବଞ୍ଚାଓ ସମିତି ଅଭିଯାନ ପକ୍ଷରୁ ହଜାର ହଜାର ସାଧାରଣ ଜନତାଙ୍କୁ ନେଇ ପାଟକୁରା ନିର୍ବାଚନ ମଣ୍ଡଳୀର ଧସନାପାରି ଗ୍ରାମର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି | ସରକାରଙ୍କ ଅପାରଗତା ଓ ବାଲି ମାଫିଆଙ୍କ ପାଇଁ ଆଜି ଶୁଷ୍କ ହୋଇ ଯାଉଛି ଚିତ୍ରୋପ୍ତଳା ନଦୀ |  ନଦୀ ଶୁଖିଯିବା ଫଳରେ ଚାଷୀ ମାନେ ନାହିଁ ନଥିବାର ସମୁଖୀନ ହେଉଛନ୍ତି | ବର୍ଷା ଦିନେ ପାଣି ଷ୍ଟୋରେଜ କରିବା ପାଇଁ ସରକାର ପଦକ୍ଷେପ ନେଉ ନାହାନ୍ତି | ଯାହା ପାଇଁ ଚିତ୍ରୋପ୍ତଳା ମା ଗର୍ଭ ଆଜି ସୁଖୀ ଯାଇଛି |

ଏହାକୁ ପ୍ରତିବାଦ କରିବା ସହ ସରକାର ତୁରନ୍ତ ବ୍ୟାରେଜ ନିର୍ମାଣ କରିବା ପାଇଁ ଦାବୀ ହୋଇଛି | ଏହି ପ୍ରତିବାଦ ସଭାରେ ଆବାହକ ତଥା ବିଶିଷ୍ଠ ପରିବେଶବିତ ଚିତ୍ତ ରଞ୍ଜନ ସାହୁ ନମାମି ଗଙ୍ଗେର କାର୍ଯ୍ୟକର୍ତ୍ତା ବିତେନ୍ଦ୍ରି ଜେନା ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଶାନ୍ତି ମୈତ୍ରୀ ସଂଗଠନର ସଭାପତି ଭଗବାନ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଅବିଭାଷଣ ରଖିଥିଲେ |

Leave A Reply

Your email address will not be published.