ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ଶିଶୁକନ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଥିବା କୁନି ଶିଶୁକନ୍ୟା ଆରଭୀଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା  ଆରଭି ୟୁଭାନିକା ବୟସ ମାତ୍ର ୩ବର୍ଷ । ଏହି ୩ ବର୍ଷ ବୟସରେ ଆରଭୀ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଆରଭୀଙ୍କ ଏହି ସଫଳତା ପାଇଁ ରବିବାର ରୋଟାରୀ ଭବନଠାରେ ବିଭିନ୍ନ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିପୁଳ ସ୍ଵାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ମାତ୍ର ୩ ବର୍ଷ ୩ ମାସ ବୟସରେ ଆରଭି ୟୁଭାନିକା ଏହି ପ୍ରତିଭାସମ୍ପନ୍ନ କୁନି ଶିଶୁକନ୍ୟା ଭାରତର ୨୮ଟି ରାଜ୍ୟ ଓ ତାହାର ରାଜଧାନୀ, ୧୬ଟି ଶବ୍ଦର ବିପରୀତ ଶବ୍ଦ, ୧୨ଜଣ କବି ଓ ସେମାନଙ୍କର ଉପାଧୂଙ୍କ ନାମ, ୯ ଜଣ ସ୍ଵାଧୀନତା ଦେଶପ୍ରେମ ସ୍ଲୋଗାନ, ୧୦ଜଣ ଲେଖକ ରଚନା କରିଥିବା ଗ୍ରନ୍ଥ ଓ ଉପନ୍ୟାସର ନାମ, ୧୨ଟି ରଙ୍ଗର ନାମ ଓ ଇଂରାଜୀ ୧୨ମାସର ନାମ, ୬ ଋତୁ, ସପ୍ତାହର ୭ ଦିନର ନାମ, ୧୬ଟି ଶିଶୁ ବାଟିକା ପଦ୍ୟ ଆବୃତ୍ତି, ୯ଟି କ୍ଷେତ୍ରର ନାମ, ୨୬ଟି ଇଂରାଜୀ ବର୍ଣ୍ଣମାଳାର ପ୍ରତୀକ, ୭ଟି ମହାଦେଶ ଓ ୮ଟି କେନ୍ଦ୍ରଶାସିତ ରାଜ୍ୟର ନାମ, ୯ ଗ୍ରହ ଓ ମଣିଷ ଶରୀରର ୨୫ଟି ଅଙ୍ଗ ପ୍ରତ୍ୟେଙ୍ଗର ନାମ, ୨୦ଟି ଫଳର ନାମ ଓ ୨୫ଟି ପଶୁର ନାମ, ୨୦ଟି ପନିପରିବାର ନାମ, ଇଂରାଜୀରେ ୩୦ଟି ଜରୁରୀକାଳୀନ ଶବ୍ଦ, ସଂଖ୍ୟା ଗଣନା ଓ ଜରୁରୀକାଳୀନ ଶବ୍ଦ, ବନ୍ଦେ ଉତ୍କଳ ଜନନୀ ଗାନ, ୪ଟି ସଂସ୍କୃତ ଶ୍ଳୋକ ଓ ହନୁମାନ ସ୍ଖଳିଶା ପଠନ, ୪୭ଟି ସାଧାରଣ ଜ୍ଞାନ ପ୍ରଶ୍ନ କହି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ଆରଭି ।

ଆରଭି ହେଉଛନ୍ତି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଜଗ୍ନୀପୁରର ଯୁବ ଇଞ୍ଜିନିୟର ଚନ୍ଦନ ରାଉତ ଓ ମାତା ଇଞ୍ଜିନିୟର ସ୍ଵପ୍ନାଶ୍ରୀ ସାମଲଙ୍କ କନ୍ୟା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଦାର ନାଥ ରାଉତ ଓ ବାସନ୍ତୀ ରାଉତଙ୍କ ନାତୁଣୀ । ବିଜେଡ଼ି ନେତ୍ରୀ ସବିତା ସାମଲଙ୍କ ଝିଆରୀ ହେଉଛନ୍ତି ଏହି ବିସ୍ମୟ କୁନିଝିଅ ଆରଭି । ଆରଭୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ସଂଗଠନ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଜବା ଅଧ୍ୟକ୍ଷ ସଫଦାର ହସୀମ, ବିଶିଷ୍ଟ ସମାଜସେବୀ ଲିନା ନନ୍ଦିତା ପରିଡ଼ା, ବିଶିଷ୍ଟ ଆଇନଜୀବି ହାସନ ଖାଁ, ଅଭିନେତା ବାବୁ ରାଜା, ବିଶିଷ୍ଟ କମେଡ଼ିଆନ (ନାଲି ଆମ୍ବ) ଜ୍ଞାନ ବାରିକ ଓ କାର୍ଯ୍ୟକ୍ରମ ସଞ୍ଚାଳିକା ଗାୟତ୍ରୀ ମିଶ୍ର ପ୍ରମୁଖ ଯୋଗ ଦେଇ କୁନି ଶିଶୁକନ୍ୟା ଆରଭୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଆଗାମୀ ଦିନରେ ଆହୁରି ଅନେକ ସଫଳତା ହାସଲ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.