କେବଳ ସ୍ତ୍ରୀ ବନେଇବାରେ ନୁହେଁ ଠକାମୀରେ ଵି Phd କରିଛି ନକଲି ଡାକ୍ତର ରମେଶ, ଜିଲ୍ଲା ଠୁ ଜିଲ୍ଲା ଲମ୍ବିଛି ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କୁହୁକ ମୁଣିରୁ ଗୋଟିଏ ଗୋଟିଏ ଆଶ୍ଚର୍ଯ୍ୟ ଜନକ କଥା ବାହାରକୁ ଆସିବା ଭଳି ଧିରେ ଧିରେ ଖୋଲୁଛି ଠକ ଡାକ୍ତରଙ୍କ ଠକେଇର ଗୁମର। କମିଶନରେଟ ପୋଲିସର ଟିମ ଗୁଡାଇ ତୁଡ଼ାଇ ପ୍ରଶ୍ନ କରୁଛି ଠକ ଡାକ୍ତରକୁ। ପ୍ରଥମେ ଏକାଧିକ ରାଜ୍ୟରେ ପତ୍ନୀ ଆଉ ଏବେ ଏକାଧିକ ଜିଲ୍ଲାରେ ଠକେଇ କରିଥିବା ଘଟଣା ସାମ୍ନାକୁ ଆସିଲାଣି। ଏହି ଘଟଣାକୁ ନେଇ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଗଠିତ ଟିମ ଏବେ ତଦନ୍ତକରୁଛି।
ରାଜ୍ୟ ଓ ରାଜ୍ୟ ବାହାରେ ଅପରାଧର ତାଲିକା ଲମ୍ବିଛି ନକଲି ଡାକ୍ତର ରାମେଶର। ଜାଲ ପରିଚୟ ଦେଇ ବନ୍ଧୁତ୍ୱ ସ୍ଥାପନକରି ମହିଳାଙ୍କୁ ବିବାହ କରୁଥିଲା ପରେ ଠକିବା ଓ ଲୁଟକରିବାରୁ ବନ୍ଧା ହୋଇଛି ଅଭିଯୁକ୍ତ ନକଲି ଡାକ୍ତର। ଏବେ ତାକୁ ରିମାଣ୍ଡରେ ଆଣି ପଚାରୁଛି କମିଶନରେଟ୍ ପୋଲିସ। ଆଉ ନିଜ ଅପରାଧର ତାଲିକା ଖୋଲୁଛି ନକଲି ଡାକ୍ତର। କେବେ କେଉଁଠି ଓ କାହାକୁ କେଉଁ ତାରିକାରେ ଠକିଛି ନିଜ ମୁହଁରେ ନିଜ କଳା କାରନାମା ବଖାଣୁଛି ନକଲି ଡାକ୍ତର ରମେଶ। ଅପରାଧର ତାଲିକା ଏତେ ଲମ୍ବା ଜେ, ତଦନ୍ତ ପାଇଁ ପୁଣି ଏକ ଟିମ୍ ଗଠନ କରିଛି ପୋଲିସ। ଜେରା ପରେ ଅଭିଯୁକ୍ତ ରମେଶକୁ କେନ୍ଦ୍ରାପଡା ନିଜ ଘରକୁ ନେଇ ତଦନ୍ତ କରିବ ପୋଲିସ। ଅନ୍ୟପଟେ ପ୍ରଥମ ପତ୍ନୀଙ୍କୁ ପଚରାଉଚରା କରିଛି ପୋଲିସ।

ଅନ୍ୟପଟେ ନକଲି ଡାକ୍ତରଙ୍କ ନାଁରେ ଯୋଡି ହୋଇଛି ଆଉ ଏକ ଅଭିଯୋଗ। ଏମ୍ସ ହସ୍ପିଟାଲରେ ଷ୍ଟାଫ ନର୍ସ କରାଇଦେବାକୁ କହି ୧୧ ଲକ୍ଷ ଟଙ୍କା ଚୂନ ଲଗାଇଛି ଡାକ୍ତର ଏହି ନକଲି ଡାକ୍ତର।ଭରତପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।

୩୦ ବର୍ଷ ଧରି ଅପରାଧର ସାମ୍ରାଜ୍ୟକୁ ଚଳେଇବାରେ କେବଳ ରମେଶ ନା ଆଉ କିଏ ସାମିଲ ତାହାର ତଦନ୍ତ କରୁଛି ପୋଲିସ।। ପତ୍ନୀ,ଡ୍ରାଇଭର,ଶାଳକଙ୍କ ନାଁରେ ଅଭିଯୋଗ ଥିବାବେଳେ ସେମାନଙ୍କର ସମ୍ପୃକ୍ତି ଅଛି ନା ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି।ଏବେ ଏମାନଙ୍କୁ ତଦନ୍ତ ପରିସର ଭୁକ୍ତ କେବେ କରାଯାଉଛି ତାହା ଉପରେ ରହିଛି ନଜର।

Leave A Reply

Your email address will not be published.