ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପେଡିରୁ ବାହାରିଲେ ନାଗ |ଜେଲରୁ ମୁକୁଲିଲେ ହନିଟ୍ରାପ କ୍ୱିନ୍ ବା ଲେଡି ବ୍ଲାକମେଲରର ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ଜାମିନ ମିଳିବା ପରେ ଆଜି ସେ ଜେଲରୁ ବାହାରିଛନ୍ତି । ୧୪ମାସ ପରେ ଝାଡପଡା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ ।
ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ମୁକୁଲିଲେ ଅର୍ଚ୍ଚନା । ଅର୍ଚ୍ଚନାଙ୍କୁ ନେବାକୁ ଜେଲକୁ ଆସିଥିଲେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ମିଳିଥିଲା ଜାମିନ । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ପ୍ରଦାନ କରିଥିଲେ ଜାମିନ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲା କୋର୍ଟ ।
ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଥିଲା । ଆଇନ ଅନୁସାରେ ଆଜି ଅର୍ଚ୍ଚନା ଜେଲରୁ ବାହାରିଛନ୍ତି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡବଡିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ପଡିଥିଲା ଚହଳ । ଏହି ଘଟଣାରେ ଜଣକ ପରେ ଜଣେ ବଡ ବଡ ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା ।
ଦିନେ ସେ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବାର ଧମକ ଦେଇଥିଲେ ଅର୍ଚ୍ଚନା ନାଗ । ଆଜି ଜେଲରୁ ବାହାରି ନିଜକୁ ଆଇନ ଛାତ୍ରୀ ବୋଲି କହିଛନ୍ତି । ତାଙ୍କର ଏପରି ପ୍ରତିକ୍ରିୟାକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଆଇନର ପରିଧି ଭିତରେ ଭୁଲ ପ୍ରମାଣିତ କରିବେ କି ଅର୍ଚ୍ଚନା ?