ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ହଠାତ୍ ଖସିଲା ତାପମାତ୍ରା । ଅନେକ ସ୍ଥାନରେ ରାତିରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଯାଇଛି । କେନ୍ଦୁଝରରେ ସୋମବାର ଦିନ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିଲା । ଜିଲ୍ଲାରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୬ ସହର । ଏବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ୱର ଓ କଟକର ରାତ୍ରି ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। କଟକରେ ରାତ୍ରି ତାପମାତ୍ରା ୧୪.୫ ଡିଗ୍ରି ଓ ଭୁବନେଶ୍ୱରର ରାତ୍ରି ତାପମାତ୍ରା ୧୪.୬ ଡିଗ୍ରି ରେକର୍ଡ କରାଯାଇଛି। ତେବେ କେନ୍ଦୁଝର ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପରିଗଣିତ ହୋଇଛି। ଏଠଶରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ରେକର୍ଡ ହୋଇଛି। ଏଣେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ଏଣେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି। ଯଶିପୁରରେ ୧୨ ଡିଗ୍ରି ରେକର୍ଡ ହୋଇଛି। ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାୟୁମଣ୍ଡଳରୁ ଏବେ ଜଳୀୟବାଷ୍ପ କମିଯାଇଛି ।
ଆକାଶ ମେଘମୁକ୍ତ ହୋଇଛି । ରାତିରେ ପୃଥିବୀର ବିକିରଣ ବାୟୁମଣ୍ଡଳର ଉପରଭାଗକୁ ଚାଲିଯାଉଛି । ଫଳରେ ଏହା ତାପମାତ୍ରା ହଠାତ୍ ହ୍ରାସ ପାଇଛି । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍ପ ପବନ ଆସୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି । ଆସନ୍ତା ୧୫ତାରିଖ ଯାଏ ଶୀତର ପ୍ରଭାବ ରହିବ । ତେବେ ପଶ୍ଚିମା ବାୟୁ ପ୍ରଭାବ ଯୋଗୁ ୧୬ ତାରିଖରୁ ରାତି ତାପମାତ୍ରା ପୁଣି ବଢ଼ିବ ଓ ଶୀତ କମିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
Comments are closed.