୪୨ ବର୍ଷର ହେଲେ ଯୁବରାଜ ସିଂ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯଦିଭାରତୀୟ କ୍ରିକେଟ ଦଳର ଇତିହାସରେ ଶ୍ରେଷ୍ଠ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଏ, ତେବେ ଯୁବରାଜ ସିଂଙ୍କ ନାମ ନିଶ୍ଚିତ ଭାବେ ଟପ -୫ ରେ ରହିବ। କେବଳ ଗୋଟିଏ ନୁହେଁ ଭାରତ ଦୁଇଟି ବିଶ୍ୱକପ ଜିତିବାରେ ଯୁବରାଜ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ତଥା ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ଆଜି ଯୁବରାଜ ସିଂଙ୍କୁ ୪୨ ବର୍ଷ ବୟସ ହୋଇଛି ଏବଂ ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି।

ଆଜିର ଦିନରେ ଅର୍ଥାତ୍ ୧୨ ଡିସେମ୍ବର ୧୯୮୧ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ ସିଂହ । ସେ ଭାରତୀୟ କ୍ରିକେଟର ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଓ ପଞ୍ଜାବୀ ଅଭିନେତା ଯୋଗରାଜ ସିଂହଙ୍କ ପୁଅ ଅଟନ୍ତି । ସେ ଭାରତୀୟ କ୍ରିକେଟ (ଦିନକିଆ)ଦଳରେ ୨୦୦୦ ମସିହାରେ ସାମିଲ ହେଲେ ଓ ପ୍ରଥମ ଟେଷ୍ଟଦଳରେ ୨୦୦୩ରେ ଖେଳିଥିଲେ । ଆଜି ତାଙ୍କୁ ୪୨ ବର୍ଷ ବୟସ ହୋଇଛି, ଏହି ଅବସରରେ ସେ ସୋସିଆଲ ମିଡିଆରେ ଅଭିନନ୍ଦନ ଗ୍ରହଣ କରୁଛନ୍ତି । ଯୁବରାଜ ତାଙ୍କ କ୍ରିକେଟ୍ କ୍ୟାରିଅରରେ ଦୁଇଥର ଭାରତର ବିଶ୍ୱ ବିଜେତା କ୍ରିକେଟ୍ ଦଳର ଖେଳୁଥିବା ଏକାଦଶରେ ଅଂଶଗ୍ରହଣ କରିଥିଲେ । ୨୦୧୧ ବିଶ୍ୱକପରେ ସେ ବ୍ୟାଟ୍ ସହିତ ବଲ୍ ସହିତ ଚମତ୍କାର କରିଥିଲେ। ଏହି ଖେଳାଳି ଭାରତକୁ ବିଶ୍ୱ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ର ବାସିନ୍ଦା ଯୁବରାଜ ମାତ୍ର ୧୯ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ପ୍ରଥମେ ୩ଅକ୍ଟୋବର ୨୦୦୦ରେ ନିଜର ଓଡିଆଇ ଡେବ୍ୟୁ କରିଥିଲେ, ଏବଂ ପରେ ୧୬ଅକ୍ଟୋବର ୨୦୦୩ରେ ଟେଷ୍ଟ ଫର୍ମାଟରେ ଡେବ୍ୟୁ କରିଥିବାବେଳେ ତାଙ୍କର ଟି୨୦ ଡେବ୍ୟୁ ୧୩ସେପ୍ଟେମ୍ବର ୨୦୦୭ରେ ହୋଇଥିଲା।
ସେ ଜଣେ ବାମହାତୀ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ, ଯିଏକି ଧଳା ବଲ କ୍ରିକେଟରେ ଦୀର୍ଘ ବର୍ଷ ଧରି ଟିମ ଇଣ୍ଡିଆର ୪ନମ୍ବର ସ୍ଥାନ ଅଧିକାର କରିଥିଲେ। ଏହା ବ୍ୟତୀତ ଯୁବରାଜ ବାମ ହାତ ସ୍ଲୋ ଅର୍ଥଡକ୍ସ ସ୍ପିନ ବୋଲିଂ କରୁଥିଲେ ଏବଂ ତାଙ୍କ ବୋଲିଂ ଆଧାରରେ ସେ ଟିମ ଇଣ୍ଡିଆକୁ ଅନେକ ଥର ବଡ଼ ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲେ।

Leave A Reply

Your email address will not be published.