ରକ୍ତମୁଖା ଦ୍ୱାରଶୁଣି ଘାଟି ପୁଣି ଘାଟିରେ ଦୁର୍ଘଟଣା ବସକୁ ପିଟି ଓଲଟିଲା ଟ୍ରକ

0

ରକ୍ତମୁଖା ଦ୍ୱାରଶୁଣି ଘାଟି ପୁଣି ଘାଟିରେ ଦୁର୍ଘଟଣା ବସକୁ ପିଟି ଓଲଟିଲା ଟ୍ରକ |  ରକ୍ତମୁଖା ଦୁଆରଶୁଣି ଘାଟି। ପାଲଟିଛି ଯମ ଫାସ।ଥମିବାର ନାମ ନେଉନି ଦୁର୍ଘଟଣା। ପ୍ରତିଦିନ ଛୋଟ ହେଉକି ବଡ଼ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।

ହେଲେ ପ୍ରତିକାର ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉଥିବା ଭଳି ଜଣାପଡୁ ନ ଥିବା ଅଭିଯୋଗ ହେଉଛି। ତେବେ ପୁଣି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟି ରାସ୍ତାରେ ପୁଣି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଓଲଟି ପଡିଲା ଟ୍ରକ ତେବେ ଉଭୟ ଗାଡିର ଚାଳକ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସମସ୍ତ ବସଯାତ୍ରୀ । ସୂଚନା କି କୋଲକାତା ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଅଗ୍ରୱାଲା ନାମକ ଏକ ଘରୋଇ ବସ ଯାହାର ନମ୍ବର (ଓଡ଼ି୦୯ଇ୪୮୯୫ )କୁ ବିପରୀତ ଦିଗରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଚାଳ ଜଣକ ଟ୍ରକ ତଳେ ଚାପି ହୋଇ ରହିଥିଲା ।

ଖବର ପାଇ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଚାଳକକୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଅନ୍ୟପକ୍ଷେ ସୌଭାଗ୍ୟ ବଶତଃ ସମସ୍ତ ବସଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି । ତେବେ ଦୃଘଟଣା ହେବା ଫଳରେ ରାସ୍ତାଜାମ ହୋଇ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଉଭୟ ପାର୍ଶ୍ଵ ରାସ୍ତା କଡରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା | ତେବେ କ୍ରେନ ସାହାଯ୍ୟରେ ଟ୍ରକ ଟିକୁ ସାଇଡ କରିବା ପରେ ରାସ୍ତାରେ ଅଟକିଥିବା ଯାନବାହାନ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.