ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡ୍ରାଇଭର ସହାସଂଘ ର ରଣ ହୁଙ୍କାର ସାମିଲ ହେଲେ ୨୬ଟି ବ୍ଲକ ର ଡ୍ରାଇଭର | ପୁଣି ଡ୍ରାଇଭର ମହାସଂଘ ରଣ ହୁଙ୍କାର ଦେଇଛି । ଯଦି ସରକାର ତାଙ୍କ ର ନ୍ୟାର୍ଯ୍ୟ ଦାବି ପୂରଣ ନ କରନ୍ତି ପୁଣି ସାରା ଓଡ଼ିଶାରେ ଆନ୍ଦୋଳନ କରିବ ଡ୍ରାଇଭର ସହାସଂଘ । ଓଡ଼ିଶା ଡ୍ରାଇଭର ସହାସଂଘ ମୟୂରଭଞ୍ଜ ଶାଖା ପକ୍ଷରୁ ଯଶିପୁର ନିକଟସ୍ଥ ମାହାର୍ଦାପଳସା ମିନି ଷ୍ଟାଡିୟମ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଓଡିଶା ଡ୍ରାଇଭର ସହାସଂଘ ର ସଭାପତି ପ୍ରଶାନ୍ତ ମୁଣ୍ଡୁଲି ସେଥିରେ ଯୋଗ ଦେଇ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ରେ ଧୂପ ଦୀପ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଚାଳକ ରମଣି ରଞ୍ଜନ ପାତ୍ର ଏବଂ ଯତୀନ ମହାନ୍ତ ସଭା ପରିଚାଳନା କରିଥିଲେ । ଯଶିପୁର ର ସଙ୍ଗୀତ କଳିକା ନୃତ୍ୟ ଅନୁଷ୍ଠାନ ର ଛାତ୍ରୀ ମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକ ଅଞ୍ଚଳ ର ଡ୍ରାଇଭର ଭାଇ ମାନଙ୍କୁ ମଞ୍ଚରେ ଯଶିପୁର ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଡ୍ରାଇଭର ମାନଙ୍କ ମୂଖ୍ୟ ଦାବି ଦୂର୍ଘଟଣା ଜନିତ ଓ ସାଧାରଣ ମୃତ୍ୟୁ ଜନିତ ଵୀମା ଯୋଜନା ସରକାର ଲାଗୁ କରିବା ନେଇ ପୂର୍ବ ରୁ ଘୋଷଣା କରିଥିଲେ ମଧ୍ଯ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରି ନାହାଁନ୍ତି ।
ତତସହିତ ଷାଠିଏ ବର୍ଷ ପରେ ସରକାର ଭତ୍ତା ପ୍ରଦାନ କରିବା ଆଦି ସମେତ ଦାବି କରି ଆସୁଥିବା ୧୦ ଟି ଦାବି ଅବିଳମ୍ବେ ପୂରଣ ଲାଗି ସରକାର ଙ୍କ ଠାରେ ଡ୍ରାଇଭର ଭାଇ ମାନେ, ବନ୍ଧୁ ମିଳନ ରେ ନିବେଦନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବେ ବୋଲି ଡ୍ରାଇଭର ସହାସଂଘ ସରକାର ଙ୍କୁ ଚେତାବନୀ ଦେଇଛନ୍ତି । ତତସହିତ ଡ୍ରାଇଭର ବନ୍ଧୁ ମାନେ ନିଜର ୟୂନିଫର୍ମ ପରିଧାନ କରିବା ସହ ନିଶା ସେବନ ରୁ ନିବୃତ ରହିବାକୁ ଓଡ଼ିଶା ଡ୍ରାଇଭର ସହାସଂଘ ର ସଭାପତି ପ୍ରଶାନ୍ତ ମୁଣ୍ଡୁଲି ଓରଫ୍ ଅଜୁ ଭାଇ ଙ୍କ ସମେତ ସଂଘ ର ଅନ୍ୟ ବରିଷ୍ଠ ପଦାଧିକାରୀ ଗଣ ପରାମର୍ଶ ଦେଇଛନ୍ତି । ଯଶିପୁର ଡ୍ରାଇଭର ସଂଘ ର ସଭାପତି ଦେବେନ୍ଦ୍ର ମହାନ୍ତ, ସମ୍ପାଦକ ଅନାମ ତନ୍ତୀ, ପ୍ରମୁଖ ସମେତ ଅନ୍ୟ ଚାଳକ ସଦସ୍ୟ ଗଣ ବନ୍ଧୁମିଳନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l