ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ସରକାର। ମଧ୍ୟପ୍ରଦେଶରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଶପଥ । ସେହିପରି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେବ ସାଏ । ଦୁଇ ରାଜ୍ୟର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବେ । ମଧ୍ୟପ୍ରଦେଶରେ ଦିନ ସାଢେ ୧୧ଟା ବେଳେ ଶପଥ ଗ୍ରହଣ ଉତ୍ସବ ।
ଏମ୍ପି ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ ନୂଆ ମୁଖ୍ୟମତ୍ରୀ ଓ ଦୁଇ ଉପମୂଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ସକାଳ ୧୧ଟା ୩୦ରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ । ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବାଚସ୍ପତି ଦାୟିତ୍ୱ ମିଳିବ। ଦକ୍ଷିଣ ଉଜୈନରୁ କ୍ରମାଗତ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ୫୮ବର୍ଷୀୟ ମୋହନ ଯାଦବ । ଶିବରାଜ ସିଂ ସରକାରରେ ସେ ଉଚ୍ଚଶିକ୍ଷାମନ୍ତ୍ରୀ ଥିଲେ ।
ରାୟପୁର ସାଇନ୍ସ କଲେଜ ଗ୍ରାଉଣ୍ଡରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଷ୍ଣୁ ଦେଓଙ୍କ ସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଆଜି ଶପଥ ନେବେ । କିନ୍ତୁ କେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ସେ ନେଇ ବର୍ତ୍ତମାନସୁଦ୍ଧା ଚୂଡାନ୍ତ ସୂଚନା ମିଳିପାରିନାହିଁ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଷ୍ଣୁଦେଓ ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ପ୍ରଥମ ସରକାରରେ ସେ ମନ୍ତ୍ରୀ ଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ।
Comments are closed.