ବର୍ଷା ସହଜ କଲା ଦକ୍ଷିଣ ଆଫ୍ରିକା ବିଜୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ସ୍କୋର ବୋର୍ଡ ଦେଖିଲେ ଲାଗିବ ଦକ୍ଷିଣ ଆଫ୍ରିକାର ସହଜ ବିଜୟ । ହେଲେ ଏହା ପଛର ମୁଖ୍ୟ କାରଣ ରହିଥିଲା ବର୍ଷା । ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ୱେ ରିଙ୍କୁ ସିଂ ଓ ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ଅର୍ଦ୍ଦଶତକ ବଳରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୧୦୮ ରନରୁ ଉଦ୍ଧ୍ୱର୍ର ଟାର୍ଗେଟ ଦେବାକୁ ଯାଉଥିବା ବେଳେ ବର୍ଷା ସାଜିଥିଲା ବାଧକ । ଅଟକିଥିଲା ଖେଳ । ଡିଏଲଏସ ପଦ୍ଧତିରେ ମିଳିଥିଲା ୧୫ ଓଭରରେ ୧୫୨ ରନର ନୂଆ ଟାର୍ଗେଟ । ତେବେ ପଡିଆ ଓ ବଲ ଓଦା ହୋଇଯିବା ଯୋଗୁ ଭାରତୀୟ ବୋଲରଙ୍କ ବୋଲିଂ ଉପରେ ନିୟନ୍ତ୍ରଣ ରହିନଥିଲା । ଏହାର ସୁଯୋଗ ନେଇ ଆରମ୍ଭରୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନମାନେ କରିଥିଲେ ଦମ ଦାର ବ୍ୟାଟିଂ । ଫଳରେ ବିଜୟ ପଥ ପରିଷ୍କାର ହୋଇଥିଲା । ଚଳିତ ଦକ୍ଷିଣ ଆଫ୍ରିକା ଓ ଭାରତ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୫ ଓିକେଟରେ ଜିତି ୧-୦ ରେ ଆଗୁଆ ହୋଇଛି । ସିରିଜ ବଂଚେଇବାକୁ ହେଲେ ଭାରତକୁ ତୃତୀୟ ମ୍ୟାଚ ଜିତିବାକୁ ପଡିବ ।

ମଙ୍ଗଳବାର ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥ୍ ସ୍ଥିତ ମେଣ୍ଟ ଜର୍ଜସ ଷ୍ଟାଡିୟମରେ ଖେଳାଯାିଥିଲା ଚଳିତ ଟି-୨୦ ମ୍ୟାଚ । ଟସ୍ ଜିତି ଫିଲ୍ଡି ନିଷ୍ପତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରାରମ୍ଭରୁ ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଓ ଶୁବମନ ଗିଲ ବିନା ସ୍କୋରରେ ଆଉଟ ହେବା ପରେ ଚାପ ବଢିଥିଲା । ତେବେ ତୃତୀୟ ଓିକେଟରେ ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ୨୩ ବଲରୁ ୪୯ ରନ ଏବଂ ଚତୁର୍ଥ ଓିକେଟରେ ସୂର୍ଯ୍ୟ ଓ ରିଙ୍କୁ ସିଂ ଙ୍କ ମଧ୍ୟରେ ୩୨ ବଲରେ ୭୦ ରନର ଭାଗିଦାରୀ ହେବାରୁ ଭାରତ ମ୍ୟାଚକୁ ଫେରିଥିଲା । ୧୯.୩ ଓଭରରେ ଭାରତ ୧୦୮ ରନ କରିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ ରୋକିଥିଲା । ଆଉ ଡିଏଲଏସ ପଦ୍ଧତିରେ ଦକ୍ଷିଣ ଆଫ୍ରିକାକୁ ୧୫ ଓଭରରେ ୧୫୨ ରନର ଟାର୍ଗେଟ ମିଳିଥିଲା । ରିଙ୍କୁ ୩୯ ବଲରୁ ୭ ଚୌକା ଓ ୨ ଛକା ସହ ଅପରାଜିତ ୬୮, ସୂର୍ଯ୍ୟ ୩୬ ବଲରୁ ୫ ଚୌକା ଓ ୩ ଛକା ସହ ୫୬ ରନ କରିଥିଲେ । ତିଲକ ୨୦ ଓଭରରୁ ୨୯ ଓ ଜାଡେଜା ୧୪ ବଲରୁ ୧୯ ରନ କରିଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଫେରାଲ୍ଡ କୋଏତଜୀ ୩ଟି ଏବଂ ତବରେଜ ଶାମସୀ, ମାର୍କୋ ଜାନସେନ, ଏଡେନ ମାର୍କ ରାମ ଓ ଓିଲିୟମସ ଗୋଟିଏ ଲେଖାଏଁ ଓିକେଟ ନେଇଥିଲେ । ଜବାବରେ ଦମଦାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଓିକେଟରେ ୩ ଓଭରରେ ୪୨ ରନ ଏବଂ ୮ ଓଭରରେ ୯୬ ରନ କରିଥିଲା । ଦ୍ୱିତୀୟ ଓିକେଟରେ ଚୀନ ହେଣ୍ଡ୍ରିକସ ଓ ମାର୍କରାମଙ୍କ ମଧ୍ୟରେ ୩୦ ବଲରୁ ୫୪ ରନର ଭାଗିଦାରୀ ହୋଇଥିଲା । ଏହା ବିଜୟର ମୂଳଦୁଆ ପକାଇଥିଲା । ଶେଷରେ ୭ଟି ବଲ ବାକିଥାଇ ଦକ୍ଷିଣ ଆଫ୍ରିକା ୧୩.୫ ଓଭରରେ ୧୫୪ ରନ କରି ମ୍ୟାଚ ଜିତିଥିଲା । ହେଣ୍ଡ୍ରିକସ ୨୭ ବଲରୁ ୮ ଚୌକା ଓ ଗୋଟିଏ ଛକା ସହ ୪୯ ରନ, ମାର୍କରାମ ୧୭ ବଲରୁ ୪ ଚୌକା ଓ ଗୋଟିଏ ଛକା ସହ ୩୦, ମିଲର ୧୨ ବଲରୁ ଅପରାଜିତ ୧୭ ଓ ଷ୍ଟାଟସ ୧୨ ବଲରୁ ୧୪ ରନ ଏବଂ ଫେଲୁକ୍ୱାୟୋ ୪ ବଲରୁ ଅପରାଜିତ ୧୦ ରନ କରିଥିଲେ । ଭାରତ ପକ୍ଷରୁ ମୁକେଶ କୁମାର ୨ଟି ଏବଂ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓିକେଟ ନେଇଥିଲେ । ମାପଚୁପ ବୋଲିଂ ପାଇଁ ତବରେଜ ଶାମସି ପ୍ଲେୟର ଅଫ ଦ ମ୍ୟାଚ ହୋଇଥିଲେ ।

Leave A Reply

Your email address will not be published.