ଗୁଗଲ୍‌ରେ ସବୁଠାରୁ ଅଧିକା ସର୍ଚ୍ଚ କରିଥିବା କ୍ରିକେଟର ବିରାଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେବଳ ଖେଳ ପଡ଼ିଆରେ ନୁହେଁ, ପଡ଼ିଆ ବାହାରେ ମଧ୍ୟ ରେକର୍ଡ ଭାଙ୍ଗିବାରେ ମାହିର୍‌ ହେଉଛନ୍ତି ଭାରତୀୟ ଷ୍ଟାର କିଙ୍ଗ୍‌ କୋହଲି । ଗୁଗଲ୍‌ ଜାରି କରିଥିବା ତଥ୍ୟ ଅନୁସାରେ ଗତ ୨୫ ବର୍ଷ ମଧ୍ୟରେ ଲୋକେ ଗୁଗଲ୍‌ରେ ସବୁଠାରୁ ଅଧିକା ସର୍ଚ୍ଚ କରିଥିବା କ୍ରିକେଟର ହେଉଛନ୍ତି ବିରାଟ କୋହଲି ।

ଗତ ୨୫ ବର୍ଷ ମଧ୍ୟରେ ଗୁଗଲରେ ସର୍ବାଧିକ ସର୍ଚ୍ଚ ହୋଇଥିବା ଖେଳାଳି ତାଲିକାରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ସମେତ ଏମ୍‌ଏସ୍‌ ଧୋନୀ, ରୋହିତ ଶର୍ମାଙ୍କ ଭଳି ପ୍ରମୁଖ ଖେଳାଳି ଅଛନ୍ତି । ହେଲେ ସମସ୍ତଙ୍କୁ ପଛରେ ପକାଇ ଗୁଗଲ ହିଷ୍ଟ୍ରିରେ ‘ସର୍ବାଧିକ ସର୍ଚ୍ଚ କ୍ରିକେଟର’ ଭାବରେ ଶୀର୍ଷରେ ଅଛନ୍ତି ବିରାଟ କୋହଲି । ଗୁଗଲ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବିରାଟ କୋହଲି ୨୫ ବର୍ଷ ମଧ୍ୟରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି । ତେବେ ଗୁଗଲରେ ସର୍ବାଧିକ ଖୋଜା ଯାଇଥିବା ଆଥଲେଟ୍‌ଙ୍କ ମଧ୍ୟରେ ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି ।

ଯଦି ଆମେ ଚଳିତ ବର୍ଷ ଗୁଗଲରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟରଙ୍କ ତାଲିକାକୁ ଦେଖିବା, ତେବେ କୋହଲିଙ୍କ ପରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରାଚିନ୍‌ ରବୀନ୍ଦ୍ର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ତୃତୀୟରେ ରହିଛନ୍ତି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୪ର୍ଥ ଏବଂ ଭାରତୀୟ ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୫ମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.