ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅଭାବନୀୟ ଘଟଣା । ସଂସଦ ରେ ବଡ ତୃଟି । ଲୋକସଭା ରେ ପଶିଗଲେ ଦୁଇ ଯୁବକ । ଯୁବକ ଙ୍କ ପରିଚୟ ମିଳିନଥିବା ବେଳେ ସୁରକ୍ଷା ରେ ବଡ ଧରଣର ତୃଟି ଦେଖାଦେଇଛି । । ଦର୍ସକ ଗ୍ୟାଲେରି ରୁ ସାଂସଦ ଆସନକୁ ପ୍ରଥମେ ଡେଇଁଥିଲେ ଯୁବକ । । କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରୁଥିବା ସମୟରେ ସଂସଦ ଉଭୟ ଙ୍କୁ ପୋଲିସ ର ଜିମା ଦେଇଥିଲେ । ଦୁଇ ଯୁବକ ଙ୍କୁ ପୋଲିସ କାବୁ କରିବା ସହିତ ଉଭୟ ଙ୍କୁ ପଚରା ଉଚରା ଆରମ୍ଭ କରିଛି । । ଲୋକସଭା ସୁରକ୍ଷା ବଳୟ ଭାଙ୍ଗି କେମିତି ପଶିଲେ ଯୁବକ ତାହା ଏବେ ପ୍ରଶ୍ନ ବାଚୀ ଅନ୍ୟପଟେ ଦିନ ୨ ଟା ପର୍ଯ୍ୟନ୍ତ ଗୃହ କୁ ମୁଲତବୀ ଘୋଷଣା କରାଯାଇଛି ।
ସୂଚନା ମୁତାବକ, ସଂସଦରେ ଚାଲିଛି ଶୀତକାଳିନ ଅଧିବେଶନ । ଆଉ ଆଜି ଦେଖାଦେଇଛି ସବୁଠୁ ବଡ଼ ବିଚ୍ୟୁତି । ସଂସଦର ଶୂନ୍ୟକାଳରେ ସାଂସଦ ଖଗେନ ମୁର୍ମୂ ନିଜର ବକ୍ତବ୍ୟ ରଖିଥିବା ବେଳେ ଅଚାନକ ଦୁଇଜଣ ସଂସଦର ଗ୍ୟାଲେରୀକୁ ପଶିଆସିଥିଲେ। ଯାହାକୁ ଦେଖି ହଡବଡେଇ ଯାଇଥିଲେ ବାଚସ୍ପତିଙ୍କ ସମେତ ସେଠାରେ ଉପସ୍ଥିତ ଥିବା ସାଂସଦ । ସେପଟେ ସୁରକ୍ଷାକର୍ମୀ ମାନେ ଦୁହିଁଙ୍କୁ ଧୂଆଁ ବା ଟିୟରଗ୍ୟାସ ପ୍ରୟୋଗ କରି ଧରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ଼ ବିଚ୍ୟୁତି କୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଗୃହରେ ଦୁଇ ଅଜଣା ବ୍ୟକ୍ତି ପଶିଯିବାରୁ ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ ଗୃହକୁ ପୂର୍ବାହ୍ଣ ୨ ଟା ଯାଏଁ ମୁଲତବୀ ରଖିଛନ୍ତି । ଅନ୍ୟପଟେ ଦୁହିଁଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ଥିବା ବେଳେ ସେମାନଙ୍କ ନାଁ ନିଲମ ବୟସ (୪୨) ହିସାରରୁ ଓ ଅନ୍ୟଜଣେ ଅନମୋଲ ସିନ୍ଧୁ ବୟସ (୨୫)।
ସେପଟେ କଂଗ୍ରେସ ସାଂସଦ କହିଛନ୍ତି ଯେ, ୨ଦୁଇଜଣ ଅଜଣା ଲୋକ ଗ୍ୟାଲେରୀରୁ ଅଚାନକ୍ ଡେଇଁପଡିଥିଲେ ଏହାସହ ଗୃହରେ ଲାଗିଥିବା ଟିୟର ଗ୍ୟାସ ବି ଖୋଲିଦେଇଥିଲେ। ସୁରକ୍ଷା କର୍ମୀଙ୍କ ସହ ଦୁଇ ଜଣଙ୍କୁ ସାଂସଦମାନେ ମିଶି କାବୁ କରିନେଇଥିଲେ । ଏହା ନିଶ୍ଚିତ ଭାବରେ ଏକ ସୁରକ୍ଷା ଉଲ୍ଲଂଘନ କାରଣ । ଆଉ ଆଜି ହେଉଛି ୨୦୦୧ ରେ ଘଟିଥିବା ସେହି କଳାଦିନ। ଆଜିର ଦିନରେ ପାର୍ଲିଆମେଣ୍ଟ ଆଟାକ୍ କୁ ନେଇ ସମସ୍ତେ ଶୋକସନ୍ତପ୍ତ ଥିବା ବେଳେ ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି।