ବିଜେପି ବିଜେଡି କର୍ମୀମାନଙ୍କ ଭିତରେ ମାରପିଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଂଚାୟତରେ ବିଜେପି ବିଜେଡି କର୍ମୀମାନଙ୍କ ଭିତରେ ମାରପିଟ। 3ଜଣ ବିଜେପି କର୍ମୀ ଆହତ ହୋଇଥିବା ସୂଚନା।

ଗତ ଦୁଇ ଦିନ ହେବ କେନ୍ଦ୍ର ସରକାରଙ୍କର ” ମୋଦି ସରକାର ଗ୍ୟାରେଣ୍ଟି ରଥ”ରେ ସ୍ଥାନୀୟ ବିଜେଡି ମହିଳା କର୍ମୀ ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ନାଚିବା ଘଟଣା ସୋସିଆଲ ମିଡିଆରେ ଆସିବା ପରେ ବିଜେପି ପ୍ରତିକ୍ରିୟାଶୀଳ ହୋଇଥିଲା। ଆଜି ନିଶ୍ଚିନ୍ତକୋଇଲି ବ୍ଲକରେ ଜିଲ୍ଲା ବିଜେପି ପକ୍ଷରୁ ଏହାର ତଦନ୍ତ ଦାବି କରିବା ସହ ସ୍ଥାନୀୟ ବିଜେପି ପକ୍ଷରୁ ମାଣପୁର ପଂଚାୟତ ଅଫିସ ସମ୍ମୁଖରେ ଏହାର ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।

ଏଥିପାଇଁ ଏକ ରାଲି କରି ବିଜେପି କର୍ମୀ ଆସିବ ବେଳେ ସେଠାରେ ଔର୍ବୃ ଉପସ୍ଥିତ ଥୁବା ବିଜେଡି କର୍ମୀ ଓ ମହିଳା କର୍ମୀମାନେ ବିଜେପି କର୍ମୀମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବା ଫଳରେ ଦୁଇ ଗୋଷ୍ଠୀ ଭିତରେ ପୋଲିସ ଉପସ୍ଥିତିରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ 3ରୁ ଉର୍ଦ୍ଧ କର୍ମୀ ଆହତ ହୋଇ ସ୍ଥାନୀୟ ଜଗତସିଂପୁର ରଘୁନାଘପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଅନ୍ୟପଟେ ବିଜେପି କର୍ମୀମାନେ କିଶନନଗର ଥାନାରେ ପୋଲିସକୁ ଲିଖିତ ଏତେଲା ଦେବା ସହ ଗିରଫଦାରୀ ଦାବି କରିଛନ୍ତି।

Leave A Reply

Your email address will not be published.