ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଳାବ୍ୟାଚ ପିନ୍ଧିଲେ ଖୁଚୁରା ବିକ୍ରେତା | ସର୍ବ ଭାରତୀୟ ଡିଲର୍ସ ଫେଡେରେସନର ଆହ୍ୱାନ କ୍ରମେ ଆଜି ବାସୁଦେବପୁର ବ୍ଲକର ସମସ୍ତ ଖୁଚୁରା ବିକ୍ରେତାମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି ।
ଖୁରୁରା ବିକ୍ରେତାମାନଙ୍କ ପାରିଶ୍ରମିକ ଅର୍ଥରାଶି ବୃଦ୍ଧି, ବକେୟା ପାରିଶ୍ରମିକ ପ୍ରଦାନ, ସନନ୍ଦ ନବୀକରଣ,ସ୍ୱାସ୍ଥ୍ୟ ବୀମା କାର୍ଡର୍ରେ ଖୁଚୁରା ବିକ୍ରେତାମାନଙ୍କୁ ସାମିଲ କରାଯିବାଆଦି ଦାବୀଗୁଡିକୁ ପୁରଣ କରିବା ପ୍ରସଙ୍ଗରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ଗୋଟିଏ ଦେଶ, ଗୋଟିଏ ରେସନ ପରି ଗୋଟିଏ କମିଶନ ପ୍ରଦାନ କରାଯିବା ସହିତ ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶ ଛୁଆ ହୋଇଥିବା ବେଳେ ସରକାର ଖୁଚୁରା ବିକ୍ରେତାମାନଙ୍କୁ ଅଣଦେଖା କରିବାକୁ ନେଇ ବ୍ଲକ ଖୁଚୁରା ବିକ୍ରେତା ସଂଘର ସଭାପତି ସୁରେନ୍ଦ୍ର ପ୍ରସାଦ ପଣ୍ଡା କ୍ଷୋଭର ସହ ପ୍ରକାଶ କରିଥିଲେ ।
ଏହି ଅବସରରେ ବାସୁଦେବପୁର ବ୍ଲକ ପରିସରରେ ବ୍ଲକ ଖୁଚୁରା ବିକ୍ରେତା ସଂଘର ସଂପାଦକ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ମହାନ୍ତି, ଅଜୟ କୁମାର ପଣ୍ଡା, ଗୈାତମ ସେଠୀ, ସୁରେନ୍ଦ୍ର ସାହୁପ୍ରମୁଖଙ୍କ ସମେତ ସମସ୍ତ ଖୁଚୁରା ବିକ୍ରେତା ସାମିଲ ହୋଇଥିଲେ ।