ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ । ଫେବୃଆରୀ ୨୦ ତାରିଖରେ ପ୍ରଥମ ଭାଷା ପରୀକ୍ଷା ହେବ । ୨୩ରେ ଇଂରାଜୀ ପରୀକ୍ଷା, ୨୬ରେ ଗଣିତ, ୨୮ରେ ତୃତୀୟ ଭାଷା ପାଇଁ ପରୀକ୍ଷା ହେବ ।

ମାର୍ଚ୍ଚ ୨ରେ ବିଜ୍ଞାନ ପରୀକ୍ଷା ହେବ । ମାର୍ଚ୍ଚ ୪ ତାରିଖରେ ମାଟ୍ରିକ୍ ପରୀକ୍ଷା ଶେଷ ହେବ । ଶେଷ ଦିନ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ୨୦ରେ ଓଡ଼ିଆ ପରୀକ୍ଷା ଥିବା ବେଳେ ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ ଓ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୨୯୯୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପିଲା। ମାର୍ଚ୍ଚ ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ୨୯୯୧ କେନ୍ଦ୍ରରେ ପରୀକ୍ଷା ହେବ ।

ପରୀକ୍ଷା ପାଇଁ ୩୧୩ ନୋଡାଲ ସେଣ୍ଟର ରହିବ । ଫର୍ମ ଫିଲଅପରେ ସମସ୍ୟା ଥିଲେ ଆଗାମୀ ୭ ଦିନ ଭିତରେ ସଂଶୋଧନ କରିହେବ । ସକାଳ ୯ଟାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଗଣିତ ପରୀକ୍ଷା ପାଇଁ ୧୫ ମିନିଟ୍ ଅଧିକ ପାଇବେ ପରୀକ୍ଷାର୍ଥୀ ।ସେପଟେ ବୋର୍ଡ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରିବ । ସମ୍ବେଦନଶୀଳ ସେଣ୍ଟର ମାନଙ୍କରେ ସିସିଟିଭି ଲାଗିବ । ଏଆଇ ଜରିଆରେ ୱେବ୍ ଟେଲିକାଷ୍ଟ ବ୍ୟବସ୍ଥା ରଖିବ ବୋର୍ଡ ।

Leave A Reply

Your email address will not be published.