ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ରେ ପ୍ରସ୍ତାବିତ ଏସିଆ ମହାଦେଶର ସର୍ବବୃହତ ଇସ୍ପାତ ପ୍ରକଳ୍ପ ନେଇ ଆରସେଲ ମିତଲ ନିପନ ଷ୍ଟିଲ ଇଣ୍ଡିଆ ଆଗ୍ରହ ପ୍ରକାଶ କରିଛି lବାର୍ଷିକ 24ମିଲିୟନ ଟନ କ୍ଷମତା ସମ୍ପନ୍ନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଅଞ୍ଚଳ ବାସୀଙ୍କ ଉପରେ କି ପ୍ରଭାବ ଆଗାମୀ ଦିନରେ ଜଣାପଡିବ l କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହମତି କ୍ରମେ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜାରିରଖିଛନ୍ତି l
ଏନେଇ ଏନସିଡ଼ିଏସ ତରଫରୁ ସ୍ଥାନୀୟ ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକ ର 3ପଂଚାୟତ ର 6 ଗୋଟି ଗ୍ରାମରେ ସାମାଜିକ ଆକଳନ ସର୍ଭେ ଅନୁଷ୍ଠିତ ହୋଇଯାଇଛି l ପରେ ପରେ ସର୍ଭେ ସଂକ୍ରାନ୍ତୀୟ ପ୍ରଭାବିତ ଅଂଚଳର ଚାଷୀ ମାନଙ୍କୁ ନେଇ ପ୍ରଶାସନିକ ଅଧିକାରୀ, ଭୁଅର୍ଜନ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଉପସ୍ଥିତି ରେ ଜନ ଶୁଣାଳୀ ଶିବିର ଅନୁଷ୍ଠିତ ହୋଇଯାଇଛି l ସୋମବାର ରାମନଗର ପଂଚାୟତ ର ବନବିହାରୀ ପୁର ଓ ରାମନଗର ବାସୀଙ୍କ ନିମନ୍ତେ ଲୁଣି ମାଠିଆ ଠାରେ ଶୃଙ୍ଖଳା ସହକାରେ ଅନୁଷ୍ଠିତ ହୋଇଯାଇଛି l
ମଙ୍ଗଳବାର ଖରିନାସି ପଂଚାୟତର ଆନନ୍ଦ ଆଶ୍ରମ ବିଦ୍ୟା ନିକେତନ, ଖରିନାସି ପଡିଆ ରେ ଶିବିର ଅନୁଷ୍ଠିତ ହୋଇଥିଲା l ମାତ୍ର ଶିବିର କୁ ଆସିଥିବା ସଭିଏଁ ଚାଷୀ କମ୍ପାନୀ କୁ ସ୍ୱାଗତ କରିଥିବା ବେଳେ ଆଗ ଘର ଢ଼ୀହ ଜମି ର ସ୍ଥାୟୀ ପଟ୍ଟା ନେଇ ପ୍ରଶାସନ କୁ ଦାବି କରିଥିଲେ l ସର୍ବୋପରି ଆଗ ଘର ଢ଼ୀହ ଜମି ଅନଲାଇନ ପରେ କମ୍ପାନୀ ବୋଲି ସ୍ୱର ଉଠାଇଥିଲେ l ସର୍ବୋପରି ଅନଲାଇନ ପଟ୍ଟା ନାହିଁ ତ କମ୍ପାନୀ ନାହିଁ, ଭିଟା ମାଟି ପାଇଁ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିବେ ବୋଲି ଅଭିଯୋଗ କାଳରେ ପ୍ରଶାସନ କୁ ଚେତାବନୀ ଦେଇଥିଲେ l ପୁରୁଷlନୁକ୍ରମେ ପିଢ଼ି ପିଢ଼ି ଧରି ଉପକୂଳରେ ରହିଆସୁଥିବା ଜନବସତି ଙ୍କ ପ୍ରତି ରାଜସ୍ବ ବିଭାଗ ର ବୈମାତୃକ ମନୋଭାବ ନେଇ ସଭିଏଁ ଅଶାନ୍ତି ପ୍ରକଟ କରିଥିଲେ l ଏପରିକି ଶିବିର ଆରମ୍ଭରୁ ଅଧିକାଂଶ ଚାଷୀ ପ୍ରତିବାଦ ର ପ୍ଲାଗ କାର୍ଡ ପ୍ରଦର୍ଶିତ କରାଇଥିଲେ l ସାମାନ୍ୟ ବିଶୃଙ୍ଖଳା ସହିତ ଖରିନାସି ଶିବିର ଉଦଯାପିତ ହୋଇଛି l
ସେହିପରି ବୁଧବାର ବତୀଘର ପଂଚାୟତ ବରକୋଳିଖୋଳା ରେଡ଼କ୍ରସ ପଡିଆରେ ଶିବିର ଆୟୋଜିତ ହୋଇଥିଲା l ସରପଞ୍ଚ ମିଲନ ଦେବନାଥ, ବନିତା ରାଉତ ଓ ଶିବାନୀ ବିଜୁଳି ନିଜ ନିଜ ପଂଚାୟତରେ ସଭାପତିତ୍ବ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ଅତିରିକ୍ତ ଜିଲ୍ଲା ପାଳ ରାଜସ୍ବ ନିଲୁ ମହାପାତ୍ର ଶିବିର ପରିଚାଳନା କରିଥିଲେ l ସ୍ଥାନୀୟ ବ୍ଲକ ପ୍ରଶାସନିଜ ଅଧିକାରୀ, ଜିଲ୍ଲା ର ସମସ୍ତ ପ୍ରଶାସନିକ ଅଧିକାରୀ ଇଡ଼କୋ, ଏନସିଡ଼ିଏସ, ଭୁଅର୍ଜନ ଅଧିକାରୀ ପୋଲିସ ପ୍ରଶାସନ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟ ସାଜିଥିଲେ l