ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭବ ହେବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭବ ହେବ । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ। ତେବେ ସୁନ୍ଦରଗଡ଼ ଜିଲ୍ଲା ପାହାଡିଆ ଓ ଖଣି ଖାଦାନ ଭରା ହୋଇଥିବାରୁ ଶୀତ ଅଧିକ ଅନୁଭୂତ ହେଉଛି। ଜିଲ୍ଲାରେ ଗତ ଚାରି ପାଞ୍ଚ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି ।

ରାଜ୍ୟରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ଭିତରେ ରହିବାକୁ ନେଇ ପୂର୍ବାନୁମାନ କରାଯାଇଛି। ସେପଟେ ଘନ କୁହୁଡି ବଳୟରେ ବଣାଇ। ୧୦ ମିଟର ପର୍ଯ୍ୟନ୍ତ ଦେଖାଯାଉନି ରାସ୍ତା । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଦେଖାଦେଇଛି ଘନ କୁହୁଡି । ଏପରି ଘନ କୁହୁଡି ଯୋଗୁଁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନାହିଁ । ସତେ ଯେପରି ଧଳା ଚାଦର ଆସ୍ତରଣରେ ଢାଙ୍କି ହୋଇପଡିଛି ବଣାଇ ଅଂଚଳ ।

ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ସବୁଠୁ ଥଣ୍ଡା ସ୍ଥାନ ଭାବେ କେନ୍ଦୁଝର ରହିଥିବାବେଳେ ଏଠାରେ 9.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଜି. ଉଦୟଗିରି, କନ୍ଧମାଳ ଓ ଦାରିଙ୍ଗବାଡିରେ ରେ ମଧ୍ୟ ତାପମାତ୍ରା କମ୍ ରହିଛି । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।

ସେହିପରି ଦାରିଙ୍ଗିବାଡ଼ିରେ 10, ଫୁଲବାଣୀରେ 10, କୋରାପୁଟରେ 10.8, ଅନୁଗୁଳରେ 11, ସୁନ୍ଦରଗଡ଼ରେ 11.2, ରାଉରକେଲାରେ 11.8, ବାଲେଶ୍ୱରରେ 12.4, ତାଳଚେରରେ 13, ସୋନପୁରରେ 13.1, ନବରଙ୍ଗପୁରରେ 13.2, ଭବାନୀପାଟଣା ଓ ଢେଙ୍କାନାଳରେ 13.5, କେନ୍ଦ୍ରାପଡ଼ାରେ 13.6, ବଲାଙ୍ଗୀରରେ 14, ବୌଦ୍ଧରେ 14.5, ଭଦ୍ରକରେ 14.8 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ବିଶେଷ କରି ସନ୍ଧ୍ୟା ଏବଂ ସକାଳ ସମୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଉଛି । ତେବେ ଆଜି (ଗୁରୁବାର) ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭବ ହେବ । ସ୍ୱାଭାବିକ ଠାରୁ ସାମାନ୍ୟ ତାପ ମାତ୍ର ହ୍ରାସ ପାଇବ । ବର୍ତମାନ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହାରି ପ୍ରଭାବରେ ରାତି ତାପମାତ୍ର ସାମାନ୍ୟ ହ୍ରାସ ପାଇଛି ।

Leave A Reply

Your email address will not be published.