ନୂଆ ରଣନୀତି ନୂଆ ଚେହେରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚଳିତ ବିଧାନସଭା ନିର୍ବାଚନରେ କାମ କଲା ବିଜେପିର ନୂଆ ରଣନୀତି । ଏବେ ପୁଣି ନିର୍ବାଚନ ପରବର୍ତୀ ସମୟରେ ଆଉ ଏକ ନୂଆ ରଣନୀତି । ନୂଆ ଚେହେରାଙ୍କୁ ଦାୟିତ୍ୱ ଦେଇ ଯୁବ ନେତାକୁ ଆଗକୁ ଆଣିଛି ବିଜେପି । ଏହାକୁ ନେଇ ବ୍ୟାକ୍ ଫୁଟରେ ବିରୋଧୀ । ନୂଆ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି । ବିଷ୍ଣୁ, ମୋହନ, ଓ ଭଜନ ।

ଯାହାଙ୍କ ନାମରୁ ଆସୁଛି ସନାତନ ଧର୍ମର ସୁଗନ୍ଧ । ମଧ୍ୟପ୍ରଦେଶରେ ଓ ଛତିଶଗଡରେ ଆଜିଠାରୁ ନୂଆ ସରକାର । ମଧ୍ୟପ୍ରଦେଶରେ ମୋହନଙ୍କ ସରକାର ଓ ଛତିଶଗଡରେ ବିଷ୍ଣୁଦେଓଙ୍କ ସରକାର । ଏମପିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ସେହିପରି ରାଜେନ୍ଦ୍ର ଶୁକ୍ଲା ଓ ଜଗଦୀଶ ଦେୱଡା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜି ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଶପଥ ଉସôବ ଅନୁଷ୍ଠିତ ହୋଇଛି । ଶପଥ ଗ୍ରହଣ ପାଇଁ ଭୋପାଳରେ ଭବ୍ୟ ଆୟୋଜନ କରାଯାଇଛି ।

ଏହି ଉସôବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏ ଶପଥ ନେଇଛନ୍ତି । ତାଙ୍କ ସହ ଛତିଶଗଡ ବିଜେପି ମୁଖ୍ୟ ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅପରାହ୍ନ ୪ଟାରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାୟପୁର ସାଇନ୍ସ କଲେଜର ଗ୍ରାଉଣ୍ଡରେ ଶପଥ ପାଠ ଉସôବ ଅନୁଷ୍ଠିତ ହୋଇଛି । ସେପଟେ ୧୫ ତାରିଖରେ ରାଜସ୍ଥାନରେ ଶପଥ ନେବେ ଭଜନଲାଲ ଶର୍ମା ଶପଥ ନେବେ ।

Leave A Reply

Your email address will not be published.