ନାଗରିକ ହେବତ ଏମିତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତର ଏମିତି ଜଣେ ମହାନ ମୁସଲମାନ । ଯିଏ କି ଭାରତର ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ମୂଲ୍ୟବାନ ଜିନିଷ ଦାନ କରିବା ପୂର୍ବରୁ ଥରେ ମଧ୍ୟ ଭାବି ନଥିଲେ । ସେ ବିନା ଦ୍ୱିନ୍ଦରେ ଭାରତକୁ ୫ ଟନ ସୁନା ଦାନ କରି ଦେଇଥିଲେ । ୧୯୬୨ ମସିହାରେ ଭାରତ ଓ ଚୀନ ଯୁଦ୍ଧ ସମୟରେ ହାଇଦ୍ରାବଦର ନବାବ ମୀର ଉସମାନ ଅଲ୍ଲୀ ଖାନ ଭାରତ ସରକାରଙ୍କୁ ୫ଟନ ସୁନା ଦାନ କରିଦେଇ ଥିଲେ ।

ଯାହାକି କୌଣସି ବ୍ୟକ୍ତିଙ୍କ ଦ୍ୱାରା ଦିଆ ଯାଇଥିବା ସବୁଠାରୁ ଦାମୀ ଓ ବଡ ଦାନ ବୋଲି ଧରା ଯାଏ । ନବାବ ମୀର ଉସମାଲ ଅଲ୍ଲୀ ଖାନ ହିନ୍ଦୁ ଓ ମୁସଲମାନଙ୍କୁ ନିଜର ଦୁଇ ଆଖି ବୋଲି ମାନୁ ଥିଲେ । ସେ କେବେ ବି ହିନ୍ଦୁ-ମୁସଲମାନ ମଧ୍ୟରେ ପକ୍ଷପାତିତା କରି ନାହାନ୍ତି । ସେ ଭାରତର ଅନେକ ମନ୍ଦିରର ଉନ୍ନତି ପାଇଁ ବହୁତ ଥର ସୁନା ଓ ଟଙ୍କା ଦାନ କରିଛନ୍ତି । ହାଇଦ୍ରାବରେ ଜନ୍ମ ହୋଇ ଥିବା ମୀର ଉସମାନ ଅଲ୍ଲୀ ଦୁନିଆରଧନୀ ଓ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଥିଲେ । ତାଙ୍କର ଏତେ ଧନୀ ହେବାର ଅନ୍ଦାଜ ଆପଣ ଏଇଥିରୁ ଲଗାଇ ପାରିବେ କାରଣ ତାଙ୍କର ନିଜର ବ୍ୟାଙ୍କ ଥିଲା । ସେ ୧୯୪୪ ମସିହାରେ ଷ୍ଟେଟ ବ୍ୟାଙ୍କ ଅଫ୍ ହାଇଦ୍ରାବାଦର ସ୍ଥାପନ କରିଥିଲେ ।

ଯାହା ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ମିଳିଗଲା । ସେ ୪୩୮ କୋଟି ଟଙ୍କା ମୂଲ୍ୟର ହୀରାକୁ ବି ଖେଳନା ପରି ବ୍ୟବହାର କରୁଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନିର୍ମାଣ ପାଇଁ ସେ ୧୦ଲକ୍ଷ ଟଙ୍କା ଦାନ କରିଥିଲେ । ସେହିପରି ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ୫୪ ଏକରର ଜାଗା ଉପହାର ଭାବେ ଦେଇଥିଲେ ନବାବ ମୀର ଉସମାନ । ଦେଶ ପାଇଁ ତାଙ୍କର ଏସବୁ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ନବାବ ମୀର ଉସମାନ ଅଲୀ ଖାନଙ୍କୁ ନେଇ ଭାରତ ଗର୍ବିତ ।

Leave A Reply

Your email address will not be published.