ହାଇଲାଇଟରେ ମୋଦୀ ସରକାର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ହାଇଲାଇଟରେ ମୋଦୀ ସରକାର । ଦିନକୁ ଦିନ ବଢୁଛି ମୋଦୀଙ୍କ ଲୋକପ୍ରିୟତା । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ସମସ୍ତଙ୍କର ପ୍ରିୟ ହୋଇଛନ୍ତି ନରେନ୍ଦ୍ର ମୋଦୀ ।

ଏବେ ବିଶ୍ୱନେତାଙ୍କ ମଧ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ୯ବର୍ଷର ଶାସନ କାଳ ମଧ୍ୟରେ ସର୍ବାଧିକ ୧୪ଟି ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନରେ ମୋଦିଙ୍କୁ କରାଯାଇଛି ସମ୍ମାନିତ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନ । ୨୦୧୮ ମସିହାରେ ଆମେରିକା ପକ୍ଷରୁ ସର୍ବୋଚ୍ଚ ପର୍ଯ୍ୟାବରଣ ପୁରସ୍କାରରେ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରାଯାଇ ଥିଲା ।

ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଅର୍ଥ ଦ୍ୱିପାକ୍ଷୀକ, କ୍ଷେତ୍ରୀୟ ଏବଂ ବୈଶ୍ୱିକ କ୍ଷେତ୍ରରେ ତାଙ୍କୁ ସାରା ବିଶ୍ୱ ରୋଲ ମଡେଲ ଭାବୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଭାରତ ବିକାଶ ପଥରେ ଆଗେଇ ଚାଲିଥିବା ଅନ୍ୟ ଦେଶର ନେତା ମାନେ ପିଏମ ମୋଦିଙ୍କୁ ଅନୁସରଣ କରିଥାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Leave A Reply

Your email address will not be published.