ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଆଉ ୨ ଜଣଙ୍କୁ ଅଟକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଆଉ ୨ ଜଣଙ୍କୁ ଅଟକ ରଖାଯାଇଛି । ଏହି ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗୁରୁବାର ରାତିରେ ୨ ଜଣ ସନ୍ଦିଗ୍ଧକୁ ଉଠାଇ ଆଣି ଅଟକ ରଖିଛି । ଦୁହିଁଙ୍କ ନାମ ମହେଶ ଓ କୈଳାଶ ଏବଂ ଘର ରାଜସ୍ଥାନରେ ବୋଲି ଜଣାପଡିଛି । ସୁରକ୍ଷା ଭଙ୍ଗ ମାମଲାରେ ପୂର୍ବରୁ ଗିରଫ ୫ ଅଭିଯୁକ୍ତଙ୍କ ସହ ଏହି ଦୁଇ ଜଣଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଦିଲ୍ଲୀ ପୁଲିସ୍‌ର ତନାଘନା ପରେ ଲଳିତ ଝା ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ଲଳିତଙ୍କୁ ଗିରଫ କରିଛି ପୁଲିସ୍ । ଏହାପରେ ତାକୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି।ସଂସଦ ଭିତରେ ଗ୍ୟାସ୍‌ ସ୍ପ୍ରେ ଘଟଣା ପରଠୁ ଫେରାର୍ ଥିଲେ ଲଳିତ ଝା । ତାଙ୍କୁ ଧରିବା ପାଇଁ ବ୍ୟାପକ ଖୋଳତାଡ଼ ଚଲାଇଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ । ତାଙ୍କ ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି।

କୁହାଯାଉଛି ଯେ, କଲେଜ ଛାତ୍ର ନୀଳାକ୍ଷ କୋଲକାତା ସେଣ୍ଟ୍ରାଲ ଆଭେନ୍ୟୁରେ ଚଳିତ ବର୍ଷ ଏପ୍ରିଲରେ ଲଳିତ ଝାକୁ ଭେଟିଥିଲେ । ବୁଧବାର ଲଳିତ ନୀଳାକ୍ଷଙ୍କ ହ୍ବାଟସଆପକୁ ପାର୍ଲାମେଣ୍ଟରେ ଧୂଆଁ ଛାଡ଼ିବାର ଏକ ଭିଡିଓ ପଠାଇବା ସହିତ ଜୟ ହିନ୍ଦ ବୋଲି ଲେଖିଥିଲେ |

Leave A Reply

Your email address will not be published.