ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କଳାଟଙ୍କା ଜବତ ମାମଲାରେ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହକଲା ବିଜେପି |ଆୟକର ବିଭାଗ ପକ୍ଷରୁ ବିପୁଳ କଳାଟଙ୍କା ଜବତରେ ମଦ ବ୍ୟବସାୟୀ ସାହୁ ବ୍ରଦର୍ସ ଅପାରଗ ରାଜ୍ୟ ସରକାର ଓ କଂଗ୍ରେସ ଗଠବନ୍ଧନ ରେ ଆୟକର ବିଭାଗ ଦ୍ୱାରା 500କୋଟି କଳା ଟଙ୍କା ଜବତ ହୋଇଛି |
ଅଭିଯୋଗ ଆଣି ଆଳି ନିର୍ବାଚନୀ ମଣ୍ଡଳୀ ବିଜେପି ପକ୍ଷରୁ କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁ ଓ ମୁଖ୍ୟମନ୍ତ୍ରୀ ଙ୍କର କୁଶପୁତ୍ତଳିକା ଆଜି ଚନ୍ଦନ ପୋଖରୀ ଛକ ଠାରେ ଦାହ କରାଯାଇଛି |
ଆଳି ର ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ବ୍ରଜ ସୁନ୍ଦର ଭୁଇଁଆ, ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, କନିକା ରାଣୀ ଦୁର୍ଗା ଦେବୀ, ବରିଷ୍ଠ ନେତା ବୈକୁଣ୍ଠ ନାଥ ପରିଡା, ଆଳି ନିର୍ବାଚନୀ ମଣ୍ଡଳୀବିଜେପି ସଂଯୋଜକ ରଶ୍ମିରଞ୍ଜନ ବେହୁରା, ନାରୀନେତ୍ରୀ ଆଶାଲତା ପଟନାୟକ ଙ୍କ ସମେତ ବହୁ ବିଜେପି କର୍ମକର୍ତା ଉପସ୍ଥିତ ଥିଲେ |