ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାସନ ଚାଉଳକୁ ନେଇ କେନ୍ଦ୍ର ଓ ରାଜ୍ୟସରକାରଙ୍କ ରାଜନିତୀ । ଏନେଇ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁଦାନକୁ ନେଇ ଭିନ୍ନ ଢଙ୍ଗରେ ଟଙ୍କାକିଆ ଚାଉଳ ଭୋଟରମାନଙ୍କ ନିକଟତର ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ହୀତାଧିକାରୀମାନଙ୍କୁ ମାଗଣାରେ ଚାଉଳ ବଣ୍ଟନ କରାଯାଉଛି ।
କିଛିଦିନ ପୁର୍ବରୁ ରାସନ ଚାଉଳ ପାଇନଥିବା କାରଣରୁ ଯୋଗାଣ ନିରୀକ୍ଷକଙ୍କୁ ରାସ୍ତାରେ ଟାଣିଟାଣି ନେଉଥିବା ଦେଖିବାକୁ ମିଳିଥିଲା । ଏପରିକି ରାସନକାର୍ଡ ପାଇବା ପାଇଁ ଶହଶହ ହୀତାଧିକାରୀ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହୋଇଥିଲେବି ଆଜିଯାଏଁ ସେମାନଙ୍କ ନାମ ରାସନକାର୍ଡରେ ସାମିଲ ହୋଇପାରୁନାହିଁ । ଅପରପକ୍ଷରେ ରାସନ ଚାଉଳ ଏବେ ବାସୁଦେବପୁର ବଜାରରେ ଖୋଲା ବଜାରରେ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।
ଗତ ବୁଧବାର ଅପରାହ୍ନ ସମୟରେ ମାଛମାର୍କେଟ ନିକଟରେ ଥିବା ଏକ ଚାଉଳ ଗୋଦାମରୁ ଏହି ରାସନ ଚାଉଳ ଓଡି ୨୨ଭି ୮୭୫୫ ନାମକ ପିକଅପ ଭ୍ୟାନରେ ଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହି ରାସନ ଚାଉଳକୁ ଖୁଚୁରା ବିକ୍ରୀପାଇଁ ରାଇସମିଲରୁ ଆଣିଥିବା ଦୋକାନୀ ଜଣକ କହିଛନ୍ତି । ତେବେ ଏହା ରେସନ ଚାଉଳକି ନୁହେଁ ତାହା ସ୍ପଷ୍ଟ ହୋଇପାରିନି ।