ମୃତ ଶରୀର ରଖି ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପ୍ରସୂତି ଡାକ୍ତରଂକର ଅବହେଳା ପାଇଁ ପ୍ରସୂତିର ମୃତ୍ୟୁ ହୋଇଥିବା ଦାବୀ କରି ପରିବାର ପକ୍ଷରୁ ମୃତ ଶରୀର ରଖି ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ଜାରୀ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଇକଡା ଗ୍ରାମର ସତ୍ଯବାନ ନାୟକଙ୍କ ସ୍ତ୍ରୀ ଝୁନିରାଣୀ ନାୟକ ଗର୍ଭବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଲୋକ ଗତକାଲି ଦିନ ଦୁଇଟା ସମୟରେ ଜଳେଶ୍ବର ଜିକେଭଟର ହସ୍ପିଟାଲକୁ ଆଣିଥିଲେ |

ହସ୍ପିଟାଲର ପ୍ରସୂତି ଡାକ୍ତର ତଥା ଭାରପ୍ରାପ୍ତ ଅଧିକାରୀ ଦିଲ୍ଲୀପ ପାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହି ରାତିରେ ୬୦୦୦ ଟଙ୍କା ନେଇ ସିଜରିଂ କରିଥିଲେ। ତେବେ ସିଜରିଂ କରିବାର କିଛି ସମୟ ପରେ ରୋଗୀ ଗୁରୁତର ହେବାରୁ ଡାକ୍ତରଙ୍କୁ ଡକା ଯାଇଥିଲେ ମଧ୍ୟ ଡାକ୍ତର ନଆସିବାରୁ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ହେଲେ ରୋଗୀ ଜଣକ ଆଜି ବାଲେଶ୍ଵର ଡାକ୍ତରଖାନାରେ ମୃତ୍ୟୁ ବରଣ କରିବା ପରେ, ବାଲେଶ୍ଵରରେ ଶବ ବ୍ୟବଚ୍ଛେଦ କରି ଜଳେଶ୍ଵର ଜିକେଭଟର ହସ୍ପିଟାଲ ସମ୍ମୁଖରେ ମୃତ ଶରୀର ରଖି ନ୍ୟାୟ ପାଇଁଁ ଧାରଣ ଦେବା ସହ ଉତ୍ତେଜନା ଜାରି ରଖିଥିବା ଦେଖି ବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହସ୍ପିଟାଲରେ କେହି ଡାକ୍ତର ନଥିବା ଜଣାପଡ଼ିଛି।

Leave A Reply

Your email address will not be published.